24.1 C
Bhubaneswar
Tuesday, March 19, 2024
Homeଅପରାଧତଦନ୍ତ ପାଇଁ କୁନ୍ଦୁଲି ପୀଡ଼ିତାଙ୍କ ଘରେ ଏସଆଇଟି

ତଦନ୍ତ ପାଇଁ କୁନ୍ଦୁଲି ପୀଡ଼ିତାଙ୍କ ଘରେ ଏସଆଇଟି

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଏସ୍ଆଇଟିର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଜି ୨ୟ ଦିନରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସାଫିନ ଅହମ୍ମଦ କେ, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ପୀଡ଼ିତାଙ୍କ ଗାଁ ମୂଷାଗୁଡ଼ା ଯାଇ ତଦନ୍ତ କରିଛନ୍ତି । ଯେଉଁ ସ୍ଥାନରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା ସେହି ସ୍ଥାନ ମଧ୍ୟ ବୁଲି ଦେଖିଥିଲେ । ସେଠାରୁ ଫେରି କୋରାପୁଟସ୍ଥିତ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସରେ ଏସ୍ଆଇଟିର ବୈଠକ ହୋଇଥିବା ଜଣାପଡ଼ିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମାମଲାର ତଦନ୍ତ ସୋମବାରଠାରୁ ଆରମ୍ଭ ହୋଇଛି । ପ୍ରକାଶ ଥାଉ କି, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପୀଡ଼ିତା ଚିକିତ୍ସିତ ହେଉଥିବା ବେଳେ ଡୁମୁରିପୁଟଠାରେ ଏକ ବେସରକାରୀ ହୋମ୍ରେ କିଛିଦିନ ପୀଡ଼ିତାଙ୍କୁ ରଖାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking