ଭୁବନେଶ୍ୱର: ସାରା ରାଜ୍ୟରେ ଗତ ମାସ ୩୦ ତାରିଖ ଠାରୁ ଏସଆଇଆର କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି । ଦେଶର ବିଭିନ୍ନ ରାଜ୍ୟରେ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିବାବେଳେ ଏବେ ଓଡ଼ିଶାରେ ଏହା ଆରମ୍ଭ ହୋଇଛି । ବିଏଲଓ ମାନେ ଘରକୁ ଘର ବୁଲି ଏସଆଇଆର କାର୍ଯ୍ୟ କରୁଥିବାବେଳେ ବିଏଲଏ ପ୍ରତିନିଧିମାନେ ମଧ୍ୟ ଏଥିରେ କାର୍ଯ୍ୟରତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ଯେ ଏସଆଇଆର ପ୍ରକ୍ରିୟାରେ ସ୍ୱଚ୍ଛତା ନାହିଁ ବୋଲି ଆମର ଅନୁମେୟ ହୋଇଛି । ଶ୍ରୀ ସାମଲ ଏହି ଉଦ୍ଦେଶ୍ୟରେ କହିଛନ୍ତି ଯେ ଟିଟିଲାଗଡରେ ବିଜେପି ବିଧାୟକ ଶ୍ରୀ ନବୀନ ଜୈନ ଯେଉଁ ଭଳି ଭାବରେ ସର୍ବ ସମ୍ମୁଖରେ କହିଲେ ଯେ ଯେଉଁମାନେ ଆମକୁ ଭୋଟ ଦେଇ ନାହାନ୍ତି ସେମାନଙ୍କର ନାମକୁ ଆମେ ଏସଆଇଆର ମାଧ୍ୟମରେ କାଟି ଦେବା ଯାହାକି ସାମାଜିକ ଗଣମାଧ୍ୟମରେ ଘୁରିବୁଲିିଛି । ଏଥିରୁ ସ୍ପଷ୍ଟ ଯେ ବିଜେପି ସରକାର କେଉଁଠି ନା କେଉଁଠି ଏସଆଇଆର ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି । ଏଥିରୁ ସ୍ପଷ୍ଟ ଯେ ବିଧାୟକ ଜୈନ ବିଗତ ଦିନରେ ତାଙ୍କ ପିଏସଓଙ୍କ ବନ୍ଧୁକରୁ ଗୁଳି ଫୁଟାଇ ଯେଉଁଭଳି ଭାବରେ ଆଇନକୁ ହାତକୁ ନେଲେ ଏହା ସମଗ୍ର ରାଜ୍ୟବାସୀ ଦେଖୁଛନ୍ତି । ବିଜେପି ସରକାର କେଉଁ ଆଧାରରେ ଜଣେ ଆଇନକୁ ହାତକୁ ନେଇଥିବା ଏବଂ ସାଧାରଣ ଜନତାଙ୍କୁ ଭ୍ରମିତ କରିବା ବିଧାୟକଙ୍କୁ ପ୍ରଶୟ ଦେଉଛି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପି ସରକାର ଗଣତନ୍ତ୍ରକୁ ଦିନ ଦ୍ୱିପ୍ରହରରେ ହତ୍ୟା କରୁଛି ବୋଲି ଶ୍ରୀ ସାମଲ କହିଛନ୍ତି । ଶ୍ରୀ ସାମଲ ଆହୁରି ମଧ୍ୟ କହିଛନ୍ତି ଯେ ବିଧାୟକ ଶ୍ରୀ ଜୈନ୍ ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହା ସଂପୂର୍ଣ୍ଣ ଭାବେ ଲୋକତନ୍ତ୍ର ବିରୋଧି ମନ୍ତବ୍ୟ । ଯଦି ବିଜେପି ସରକାର ସ୍ୱଚ୍ଛତା କଥା କହୁଛନ୍ତି ତାହାଲେ ଏସଆଇଆର ଉପରେ ଶ୍ରୀ ଜୈନ ଯେଉଁ ମନ୍ତ୍ରବ୍ୟ ଦେଇଛନ୍ତି ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱଚ୍ଛତାର ପ୍ରମାଣ ଦିଅନ୍ତୁ ବୋଲି । ଏସଆଇଆର ପ୍ରକ୍ରିୟା ହେଉ କିନ୍ତୁ ଆମେ ଚାହୁଁଛୁ ଯେ ଏହା ସ୍ୱଚ୍ଛତାର ସହ ହେଉ ବୋଲି ଶ୍ରୀ ସାମଲ ଯୁବ କଂଗ୍ରେସ ପକ୍ଷରୁ ଉଲ୍ଲେଖ କରିଛନ୍ତି ।










