26.1 C
Bhubaneswar
Wednesday, July 23, 2025
Homeଓଡିଶା୧୮ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରୀ

୧୮ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ ସରକାର ୧୮ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି । ଏଥିରେ ୩୪୫୭ କୋଟି ଟଙ୍କା ବିନିଯୋଗ ହେଉଥିବାବେଳେ ୧୪,୪୩୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।  ଗୁରୁବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟସିଏ) ବୈଠକ ।

୧୮ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ଅନୁମୋଦନ ମିଳିଛି । ଏଥିରୁ ୧୦ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବ ମେକ୍ ଇନ ଓଡିଶା କନ୍‌କ୍ଲେଭ୍‌-୨୦୨୩ରେ ଆସିଥିଲା । ରାଜ୍ୟର ଯାଜପୁର, ଖୋର୍ଦ୍ଧା, କୋରାପୁଟ, କଟକ, ସୁନ୍ଦରଗଡ଼, ଭଦ୍ରକ, ସୋନପୁର, ବଲାଙ୍ଗୀର ଓ ବୈାଦ୍ଧ ଜିଲ୍ଲାରେ ଫାର୍ମାସ୍ୟୁଟିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ, ଟେକ୍ସଟାଇଲ, ମେଟାଲ୍ ଡାଉନ୍‌ଷ୍ଟ୍ରିମ ଆଦି କ୍ଷେତ୍ରରେ ଉକ୍ତ ଶିଳ୍ପ ପ୍ରକଳ୍ପଗୁଡିକ ସ୍ଥାପନ ହେବ । ତେବେ କମିଟି ୯ଟି ମେଟାଲ ପ୍ରକଳ୍ପ,୫ଟି ଆଗ୍ରୋ ଓ ଫୁଡ୍ ପ୍ରସେସିଂ ଏବଂ ଗୋଟିଏ କରି ଟେକ୍ସାଇଲ, ସିମେଣ୍ଟ,ଆଇଟି ଓ ଫାର୍ମାସିଟିକାଲ ପ୍ରକଳ୍ପ ଅର୍ନ୍ତଭୁକ୍ତ ରହିଛି ।

ଖୋର୍ଦ୍ଧା କେଡ଼ିିଆ ଫାର୍ମାସ୍ୟୁଟିକାଲ ଲିମିଟେଡ୍ ୨୦୦ କୋଟି ଟଙ୍କା ବ୍ୟୟରେ ଔଷଧ ତିଆରି ଶିଳ୍ପ ସ୍ଥାପନ କରିବ । ଏଥିରେ ୬୮୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସହିପରି ଯାଜପୁର ଜିଲ୍ଲା ବଡ଼ଚଣା ଠାରେ ଆବିସ ଏକ୍ସପୋର୍ଟ ଇଣ୍ଡିଆ ଲିମିଟେଡ୍ ୧୬୧.୫୭ କୋଟି ଟଙ୍କା ବିନିଯୋଗରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୮୫୦ ଜଣଙ୍କୁ ନିଯୁକ୍ତି ମିଳିବ ।

ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ କାଏଡେରିଜ୍ ଇିଫ୍ରାକ୍ଟୋରିଜ୍ ଇଣ୍ଡିଆ ଲିମିଟେଡ୍ ୫୦୦ କୋଟି ଟଙ୍କା ବ୍ୟୟରେ ଇସ୍ପାତ (ଆଙ୍କସିଲାରି) କାରଖାନା ସ୍ଥାପନ କରିବ । ଏଥିରେ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ରହିଛି । ସେହିପରି ଟିୱାଇକେ ସେରାମିକ୍ କଳିଙ୍ଗନଗର ଠାରେ ୫୭ କୋଟି ଟଙ୍କା ବ୍ୟୟରେ ଇସ୍କାତ(ଆଙ୍କସିିଲାରି) କାରଖାନା ସ୍ଥାପନ କରିବ । ଏହି ପକଳ୍ପ ଯୋଗୁଁ ୩୭ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।  ଯାଜପୁର ଜିଲା ଟମକା ନିକଟରେ ଫେରୋ ଆଲଏଜ୍ କର୍ପୋରେଶନ ପକ୍ଷରୁ ୫୫.୪୦ କୋଟି ଟଙ୍କା ବ୍ୟୟରେ କ୍ରୋମ ଓର୍ ବେନିଫିକେଶନ ପ୍ଲାଣ୍ଟ୍ ସ୍ଥାପନ କରାଯିବ ।

ଏଥିଯୋଗୁଁ ୯୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଇଣ୍ଡାନୋ ଏପିଏଲ୍ ପକ୍ଷରୁ ଯାଜପୁର ଜିଲ୍ଲାରେ ୮୦.୫୮ କୋଟି ଟଙ୍କା ବ୍ୟୟରେ ଫେରୋକ୍ରୋମ କାରଖାନା ସ୍ଥାପନ କରାଯିବ । ଏଥିଯୋଗୁଁ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ବଲାଙ୍ଗୀର ଜିଲ୍ଲାରେ ମା’ ଭାବାନୀ ଗିନଟେକ୍ ପକ୍ଷରୁ ୧୩୬.୫୦ କୋଟି ଟଙ୍କା ବ୍ୟୟରେ ଅଗ୍ରୋପ୍ରୋସେସିଂ ୟୁନିଟ ସ୍ଥାପନ କରାଯିବ । ଏଥିଯୋଗୁଁ ୧୫୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଶ୍ରୀଭାସ ଆଗ୍ରୋ ଇଣ୍ଡିଆ ପକ୍ଷରୁ ୧୨୫ କୋଟି ଟଙ୍କାର ପୁଞ୍ଜିନିିବେଶରେ ଆଗ୍ରୋ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ ହେବ । ଏଥିରେ ୧୩୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ବୌଦ୍ଧ ଜିଲ୍ଲାରେ ଜସ୍‌ଷ୍ଟ୍ରାଇଭ ଇଣ୍ଡଷ୍ଟ୍ରିଜ ଏବଂ ଭିଷ୍ଟା ସ୍ପ୍ରିରିଟସ୍ ପକ୍ଷରୁ ୨୨୫ କୋଟିରେ ଦୁଇଟି ଆଗ୍ରୋ ପ୍ରୋସେସିଂ ୟୁନିଟ ସ୍ଥାପନ କରାଯିବ । ଏଥିଯୋଗୁଁ ପ୍ରାୟ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିିବ । ସୁନ୍ଦରଗଡ଼ରେ ରୁଦ୍ରମୁଖ ଇନଫ୍ରାକୋନ ପକ୍ଷରୁ ୪୯୪ କୋଟି ଟଙ୍କା ବ୍ୟୟରେ ଷ୍ଟିଲ ବେନିଫିକେସନ ପ୍ଲାଷ୍ଟ ସ୍ଥାପନ କରାଯିବ । ଏଥିଯୋଗୁଁ ୧୪୮ ଜଣଙ୍କୁ ଓ ଚୈଦ୍ୱାରା ଶିଳ୍ପାଞ୍ଚଳରେ ରିଲାଏବଲ ସ୍ପଞ୍ଜ ପକ୍ଷରୁ ୬୦ କୋଟି ଟଙ୍କା ବ୍ୟୟରେ ଷ୍ଟିଲ ଡାଉନ୍‌ଷ୍ଟ୍ରିମ କାରଖାନା ସ୍ଥାପନ କରାଯିବ । ଏଥିଯୋଗୁଁ ୧୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ ।

ଖୋର୍ଦ୍ଧା ଠାରେ ଶ୍ରୀଜୟ ଫଏଲସ୍ ଲିମିଟେଡ୍ ୧୮୫ କୋଟି ଟଙ୍କା ବ୍ୟୟରେ ଆଲୁମିନିୟମ ଡାଉନ୍‌ଷ୍ଟ୍ରମ ଇଣ୍ଡଷ୍ଟ୍ରି ସ୍ଥାପନ କରିବ । ଏହି ପ୍ରକଳ୍ପ ଯୋଗୁଁ ୧୨୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ । ସେହିପରି ତୋସାଳି ସିମେଣ୍ଟ ଚୌଦ୍ୱାର ଠାରେ ୫୨୫.୪୬ କୋଟି ଟଙ୍କାର ସିମେଣ୍ଟ କାରଖାନା ସ୍ଥାନ କରିବ । ପ୍ରକଳ୍ପ ଯୋଗୁଁ ୧୧୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିିବ । ସୁନ୍ଦରଗଡ଼ ଜିଲ୍ଲାରେ ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପକ୍ଷରୁ ୨୩୫ କୋଟି ଟଙ୍କାରେ ଏକ ଇସ୍ପାତ କାରଖାନା ସ୍ଥାପନ କରାଯିବ ।

ପ୍ରକଳ୍ପ ଯୋଗୁଁ ୧୩୫୦ ଜଣଙ୍କୁ ନିଯୁକ୍ତ ସୁଯୋଗ ରହିଛି । ସୋନପୁର ଜିଲ୍ଲାରେ ଅରୁନ୍ଧତି ବାନ୍ଧକଳା ପକ୍ଷରୁ ୫୫ କେ୍‌ାଟି ଟଙ୍କା ବ୍ୟୟରେ ଏକ ଟେକ୍ସଟାଇଲ ମିଲ ସ୍ଥାପନ କରିବ । ଏଥିଯୋଗୁଁ ୯୦୩୫ ଜଣଙ୍କୁ ନିଯୁକ୍ତ ସୁଯୋଗ ମିଳିବ । ସେହି ଖୋର୍ଦ୍ଧା ଜିଲ୍ଲାରେ ଓଜିଓ ପକ୍ଷରୁ ୨୦୧ କୋଟି ଟଙ୍କା ପୁଞ୍ଜିନିନିଯୋଗରେ ୧ ହଜାର ମେଗାୱାଟ୍ ବ୍ୟଟେରୀ ପ୍ୟାକ୍ ୟୁନିଟ୍ ସ୍ଥାପନ କରିବ ।

ଏଥିଯୋଗୁଁ ୫୩୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଖୋଦ୍ର୍ଧା ଶିଳ୍ପାଞ୍ଚଳରେ ଏସଏମ ଇଣ୍ଡିଆ ପ୍ରାଇଭେଟ୍ ଇମିଟେଡ୍ ପକ୍ଷରୁ ୧୬୦ କୋଟି ଟଙ୍କା ବ୍ୟୟରେ ଷ୍ଟିଲ(ଆଙ୍କସିଲାରୀ) ୟୁନିଷ୍ଟ ସ୍ଥାପନ କରିବ । ୧୫୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking