33.1 C
Bhubaneswar
Wednesday, April 24, 2024
Homeଓଡିଶାଷ୍ଟେସନରେ ସିଙ୍ଗିଲ୍ ଏଣ୍ଟ୍ରି-ସିଙ୍ଗିଲ୍ ଏଗଜିଟ୍ ବ୍ୟବସ୍ଥା ଆରମ୍ଭ

ଷ୍ଟେସନରେ ସିଙ୍ଗିଲ୍ ଏଣ୍ଟ୍ରି-ସିଙ୍ଗିଲ୍ ଏଗଜିଟ୍ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର : ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ହେଉ ଅବା ପୁଣି କର୍ମ କ୍ଷେତ୍ରକୁ ଫେରିବା ଭୁବନେଶ୍ୱର ରେଳ ଷ୍ଟେସନରେ ଏବେ ଯାତ୍ରୀଙ୍କ ଯା ଆସ ବଢୁଛି। ତେବେ ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟେସନରେ ସିଙ୍ଗିଲ୍ ଏଣ୍ଟ୍ରି ସିଙ୍ଗିଲ୍ ଏଗଜିଟ୍ ବ୍ୟବସ୍ଥା ହୋଇଛି। କରୋନା କଟକଣାକୁ କଡାକଡି ଭାବେ ପାଳନ ବାଧ୍ୟତାମୂଳକ କରାଯାଇଛି। ଷ୍ଟେସନ ପରିସରରେ ବିଏମସି କାଉଣ୍ଟର ହୋଇଛି। ୭୨ ଘଣ୍ଟା ଭିତରେ କରୋନା ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟୀକା, କିମ୍ବା ଫେରିବା ପରେ ୧୪ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ହୋଇଛି। କୌଣସି ଯାତ୍ରୀ ୱେଟିଂ ଲିଷ୍ଟରେ ଯାତ୍ରା କରିବାର ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ଭୁନେଶ୍ୱର ରେଳ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ନାୟକ। ପ୍ରଥମ ଲହରରୁ ସମସ୍ତେ ଶିଖିଛନ୍ତି, ତେଣୁ ସମସ୍ତେ ସତର୍କ ଅଛନ୍ତି ପ୍ରବସୀ ଶ୍ରମିକ ଚିହ୍ନଟ ସହଜ ନୁହେଁ। ତେଣୁ ସମସ୍ତ ଯାତ୍ରୀଙ୍କ ପାଇଁ ସମାନ ନିୟମ ରହିଛି। ଇଣ୍ଟରସିଟି ଟ୍ରେନ ବନ୍ଦ ଅଛି। ପ୍ରଶାନ୍ତି, ବିଶାଖା ପରି ରେଳ ଯାତାୟତ କରୁଥିବା ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking