30.1 C
Bhubaneswar
Saturday, May 18, 2024
Homeଓଡିଶାକଣ୍ଠଶିଳ୍ପୀ ସୁନାମ ସୁନାଙ୍କ ଦେହାନ୍ତ

କଣ୍ଠଶିଳ୍ପୀ ସୁନାମ ସୁନାଙ୍କ ଦେହାନ୍ତ

ଭବାନୀପାଟଣା : କଳାହାଣ୍ଡିର ସୁନାମଧନ୍ୟ ଯୁବ କଣ୍ଠଶିଳ୍ପୀ ସୁନାମ ସୁନା ଓରଫ ମୁନ୍ନାଙ୍କର ଆଜି ସକାଳେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି କିଡନୀ ଜନିତ ରୋଗରେ ପିଡିତଥିବା ଜଣାପଡିଛି । ଆମେ କଳାହାଣ୍ଡିଆ ଭେଣ୍ଡିଆ ରସିଆ ପିଲା , ଆମକେ ଶାଢ଼ୀ ପିନ୍ଧା ଧାଙ୍ଗିରି ଭଲ ” ଗୀତ ଫେମ ମୁନ୍ନା ବିଭିନ୍ନ ଧରଣର ଗୀତ ଗାଇ ଶ୍ରୋତାଙ୍କ ମନ ଜିଣି ନେଉଥିଲେ ।

ତେବେ କିଶୋର କୁମାରଙ୍କ ଗୀତ ଗୁଡ଼ିକ ସୁନ୍ଦର ଭାବେ ଗାଇବା ଯୋଗୁଁ ସେ କଳାହାଣ୍ଡିଆ କିଶୋର କୁମାର ଭାବେ ଦର୍ଶକଙ୍କ ଦ୍ଵାରା ମାନ୍ୟତା ପାଇଥିଲେ । ଶେଷଥର ପାଇଁ ରଥଯାତ୍ରା ସମୟରେ ଗତ ୨୪ ତାରିଖ ଦିନ ସ୍ଥାନୀୟ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ସେ ଭଜନ ପରିବେଷଣ କରିଥିଲେ ।

ଏପରିକି କିଡନୀ ଡାୟଲିସିସ ସାରି ଡାକ୍ତରଖାନାରୁ ସିଧା ମାଉସୀ ମାଁ ମନ୍ଦିରକୁ ଆସି ସେ ଏହି ଭଜନ ପରିବେଷଣ କରିଥିବା ପରେ ଜଣାପଡ଼ିଥିଲା । ତେବେ ସଙ୍ଗୀତ ପାଇଁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସୁନାମଙ୍କର ଆଜି ସକାଳୁ ମୃତ୍ୟୁ ଖବର ଜଣାପଡିବା ପରେ ଜିଲ୍ଲାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ସ୍ତ୍ରୀ ଏବଂ ଜଣେ ପୁଅ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking