28.8 C
Bhubaneswar
Tuesday, May 27, 2025
Homeଦେଶ ବିଦେଶସିନ୍ଧେଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରସ୍ତାବ

ସିନ୍ଧେଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରସ୍ତାବ

ମୁମ୍ବାଇ: ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ୪୨ ଜଣ ବିଧାୟକ ବର୍ତ୍ତମାନ ରାଜ୍ୟ ବାହାରେ ଅବସ୍ଥାନ କରୁଥିବାବେଳେ ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ମେଣ୍ଟ ସରକାର ଟଳମଳ ଅବସ୍ଥାରେ ପହଞ୍ଚିଛି । ଏହି ବିଧାୟକମାନ ଯଦିଓ ଦଳତ୍ୟାଗ କରିନାହାନ୍ତି କିମ୍ବା ଅନ୍ୟ କୌଣସି ଦଳରେ ସାମିଲ ହୋଇନାହାନ୍ତି, ତଥାପି ଏହା ପଛରେ ବିଜେପିର ଷଡଯନ୍ତ୍ର କାର୍ଯ୍ୟ କରୁଛି ବୋଲି ଜୋରସୋର ଚର୍ଚ୍ଚା ଚାଲିଛି । ଯଦି ଏହି ବିଧାୟକମାନେ ମେଣ୍ଟରୁ ଓହରିଯାଇ ବିଜେପିକୁ ସରକାର ଗଠନରେ ସାହାଯ୍ୟ କରିବେ, ତେବେ ସିନ୍ଧେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଏବଂ ତାଙ୍କର କେତେକ ବିଧାୟକଙ୍କୁ ଅତିକମରେ ୧୨ଟି କ୍ୟାବିନେଟ୍ ପାହ୍ୟା ମନ୍ତ୍ରିପଦ ପ୍ରଦାନ କରାଯିବ ବୋଲି ବିଜେପି ପକ୍ଷରୁ ଲୋଭନୀୟ ପ୍ରସ୍ତାବ ଦିଆଯାଇଛି । ମହାରାଷ୍ଟ୍ର ବିଜେପିର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖି ଏହା କହିଛନ୍ତି । ସୂଚନାଯୋଗ୍ୟ ୨୦୧୯ରେ ମଧ୍ୟ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କୁ ବିଜେପି ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଇଥିଲା । ଏପରିକି ପୱାର ଉପମୁଖ୍ୟମନ୍ତ୍ରୀଭାବେ ଶପଥଗ୍ରହଣ କରିସାରିଥିଲେ ସୁଦ୍ଧା ଦେବେନ୍ଦ୍ର ଫଡ୍‌ନବୀସଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା ଏବଂ ଶରଦ ପୱାରଙ୍କ ମଧ୍ୟସ୍ଥତାରେ ରାଜ୍ୟରେ ଏମଭିଏ ମେଣ୍ଟ ଗଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking