33.1 C
Bhubaneswar
Thursday, April 25, 2024
Homeଖେଳଫିଫା ର‌୍ୟାଙ୍କିଙ୍ଗ୍ : ଦୁଇଟି ସ୍ଥାନର ଉନ୍ନତି ସହ ୧୦୪ରେ ଭାରତ

ଫିଫା ର‌୍ୟାଙ୍କିଙ୍ଗ୍ : ଦୁଇଟି ସ୍ଥାନର ଉନ୍ନତି ସହ ୧୦୪ରେ ଭାରତ

ନୂଆଦିଲ୍ଲୀ: ଏସିଆନ୍ କ୍ୱାଲିଫିକେସ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ ଫଳରେ ଗୁରୁବାର ପ୍ରକାଶିତ ଫିଫା ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଫୁଟ୍‌ବଲ୍ ଦଳ ଦୁଇଟି ସ୍ଥାନର ଉନ୍ନତି ସହ ୧୦୪ତମ ସ୍ଥାନକୁ ଉଠିଛି । ର‌୍ୟାଙ୍କିଙ୍ଗ୍‌ରେ ବ୍ଲୁ ଟାଇଗର୍ସ ଚଳିତ ମାସରେ ଅନୁଷ୍ଠିତ ଇଣ୍ଟରକଣ୍ଟିନେଣ୍ଟାଲ୍ ପ୍ଲେଅଫ୍‌ରେ କୋଷ୍ଟାରିକାଠାରୁ ୧-୦ରେ ହାରି ୨୦୨୨ ଫିଫା ବିଶ୍ୱକପ୍‌ରୁ ବାଦ୍ ପଡ଼ିଥିବା ନ୍ୟୁଜିଲାଣ୍ଡ୍ (୧୦୩) ତଳକୁ ରହିଛନ୍ତି । ତେବେ ଭାରତର ର‌୍ୟାଙ୍କିଙ୍ଗ୍ ଏସିଆନ୍ ଫୁଟ୍‌ବଲ୍ ମହାସଂଘ ସଦସ୍ୟଙ୍କ ମଧ୍ୟରେ ସ୍ଥିର ରହିଛି । ଭାରତ ପୂର୍ବପରି ୧୯ତମ ସ୍ଥାନରେ ରହିଛି । ଫିଫା ର‌୍ୟାଙ୍କିଙ୍ଗ୍‌ର ୨୩ତମ ସ୍ଥାନରେ ଥିବା ଇରାନ୍ ଏଏଫ୍‌ସି ଦେଶ ମଧ୍ୟରେ ଶୀର୍ଷରେ କାଏମ୍ ରହିଛି ।

ଗତମାସରେ ଆୟୋଜିତ ଏସିଆନ୍ କପ୍ କ୍ୱାଲିଫିକେସନ୍‌ରେ ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଦଳ ନିଜର ସମସ୍ତ ତିନିଟି ଯାକ ଲିଗ୍ ମ୍ୟାଚ୍ ଜିତି ଗ୍ରୁପ୍‌-ଡି’ର ଶୀର୍ଷରେ ରହି ୨୪ ଦଳୀୟ ୨୦୨୩ ଫାଇନାଲ୍ସରେ ସ୍ଥାନ ପକ୍କା କରିଥିଲା । ଏସିଆନ୍ କପ୍ ପାଇଁ ଏହା ଭାରତର ମୋଟ ପଞ୍ଚମ ଏବଂ ପ୍ରଥମ ଥର ସକାଶେ ଲଗାତାର ଦ୍ୱିତୀୟ ଯୋଗ୍ୟତା ଅର୍ଜନ । ଓଭର୍‌ଅଲ୍ ର‌୍ୟାଙ୍କିଙ୍ଗ୍‌ରେ ବାଜିଲ୍ ପ୍ରଥମ ଏବଂ ବେଲ୍‌ଜିୟମ୍ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆର୍ଜେଣ୍ଟିନା ଗୋଟିଏ ସ୍ଥାନର ଉନ୍ନତି ସହ ତୃତୀୟରେ ପହଞ୍ଚିଛି । ଫ୍ରାନ୍ସ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥରେ ଥିବାବେଳେ ପଛକୁ ଇଂଲଣ୍ଡ, ସ୍ପେନ୍‌, ଇଟାଲୀ, ନେଦରଲାଣ୍ଡ୍‌ସ, ପର୍ତ୍ତୁଗାଲ୍ ଓ ଡେନ୍‌ମାର୍କ ଶୀର୍ଷ-୧୦ରେ ରହିଛନ୍ତି । ପରବର୍ତ୍ତୀ ଫିଫା ବିଶ୍ୱ ର‌୍ୟାଙ୍କିଙ୍ଗ୍ ଅଗଷ୍ଟ ୨୫ ତାରିଖରେ ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking