28.1 C
Bhubaneswar
Saturday, July 27, 2024
Homeଭୁତ୍ ଚତୁଦର୍ଶୀଭୁତ ଚତୁର୍ଦଶୀର ମହତ୍ତ୍ୱ

ଭୁତ ଚତୁର୍ଦଶୀର ମହତ୍ତ୍ୱ

ଭୁବନେଶ୍ୱର :ଧାର୍ମିକ ବିଶ୍ୱାସ ଅନୁଯାୟୀ,ନର୍କ ଚତୁର୍ଦଶୀ ବା ଭୁତ ଚତୁର୍ଦଶୀ ଦୀପାବଳି ପୂର୍ବ ଦିନ ପଡେ | ଏହି ଦିନ ଧନ୍ଵନ୍ତରୀ ଜୟନ୍ତୀ ପାଳନ ହେଉଥିବାରୁ ଏହାକୁ ଧନତେରାସ ମଧ୍ୟ କୁହାଯାଏ | ଏହି ବର୍ଷ ୧୨ ନଭେମ୍ବରରେ ନର୍କ ଚତୁର୍ଦଶୀ ପାଳନ କରାଯାଉଛି | ଏହାକୁ କାଳୀ ଚୋୖଦସ, ବା ଛୋଟି ଦିୱାଲୀ ବୋଲି କୁହାଯାଏ | କାର୍ତିକ ମାସରେ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥିକୁ ନର୍କ ଚତୁର୍ଦଶୀ କୁହାଯାଏ | ପଣ୍ଡିତ ଇନ୍ଦ୍ରମଣି ଘନଶ୍ୟାଲ ଙ୍କ ଅନୁସାରେ ଏହିଦିନ ଯମରାଜଙ୍କୁ ପୂଜା କରାଯାଏ। ଏହା ପଛରେ ଏକ କିମ୍ବଦନ୍ତୀ ଅଛି |
କିମ୍ବଦନ୍ତୀ ଅନୁଯାୟୀ, ନରକାସୁର ନାମକ ଏକ ଅସୁର ସମସ୍ତ ଦେବତାଙ୍କୁ ହଇରାଣ କରିବାକୁ ଲାଗିଲା। ତାର ଅଲୌକିକ ଶକ୍ତି ହେତୁ ତା ସହ ଲଢ଼ିବା କାହାର ନିୟନ୍ତ୍ରଣରେ ନଥିଲା। ଫଳରେ ଦିନକୁ ଦିନ ନରକାସୁରର ଉତ୍ପୀଡ଼ନ ବୃଦ୍ଧି ପାଇଲା | ତା’ପରେ ସମସ୍ତ ଦେବତା ଭଗବାନ କୃଷ୍ଣଙ୍କ ନିକଟରେ ପହଞ୍ଚିଲେ। ସମସ୍ତ ଦେବତାଙ୍କ ଅବସ୍ଥା ଦେଖି ଶ୍ରୀକୃଷ୍ଣ ସେମାନଙ୍କୁ ସାହାଯ୍ୟ ବାହାରିଲେ | କିନ୍ତୁ ନରକାସୁର
ଅଭିଶାପ ପାଇଥିଲI ଯେ ସେ ଜଣେ ମହିଳାଙ୍କ ହାତରେ ମରିବ | ତା’ପରେ ଭଗବାନ କୃଷ୍ଣ ତାଙ୍କ ପତ୍ନୀଙ୍କ ସାହାଯ୍ୟରେ କାର୍ତ୍ତିକ ମାସରେ କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ ତାକୁ ବଦ୍ଧ କରିଥିଲେ | ନରକାସୁର ର ମୃତ୍ୟୁ ପରେ ସେ ବନ୍ଧକ ରଖିଥିବା ୧୬ ହଜାର ପତ୍ନୀ ମୁକ୍ତ ହୋଇଥିଲେ ଇ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ମୁକ୍ତି ପାଇଥିବାରୁ ଏହି ୧୬ ହଜାର ପତ୍ନୀ ଶ୍ରୀକୃଷ୍ଣଙ୍କୁ ନିଜର ସ୍ୱାମୀ ରୂପେ ବରଂ କରିଥିଲେ | ଏହି ୧୬ ଯାହାର ପତ୍ନୀ ଶ୍ରୀକୃଷ୍ଣଙ୍କ ପାଟରାଣୀ ରୂପେ ଗଣାଯାଇଥାନ୍ତି | ସେହିପରି ଏହିଦିନ ନରକାସୁର ମରିଥିବାରୁ ଏହି ଚତୁର୍ଦଶୀ ତିଥିକୁ ନର୍କ ଚତୁର୍ଦଶୀ ବା ଭୁତ ଚତୁର୍ଦଶୀ ବୋଲି କୁହାଯାଇଥାଏ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking