ଭୁବନେଶ୍ୱର: ଆମେ ସମସ୍ତେ ଜାଣିଛେ ଆଲୋଭେରା ବା ଘି କୁଆଁରୀ ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭ ଦାୟକ ହୋଇଥାଏ । ହେଲେ ଆପଣ କଣ ଜାଣିଛନ୍ତି କି, ଏହା ସହ ଜଡିତ କିଛି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ରହିଛି । କୌଣସି ଜିନିଷର ଅଧିକ ମାତ୍ରାରେ ସେବନ କିମ୍ବା ବ୍ୟବହାର କରିବା ସର୍ବଦା ହାନିକାରକ ହୋଇଥାଏ । ସ୍କିନ ପାଇଁ ଏହା ରାମବାଣ ପରି ହୋଇଥିବା ବେଳେ ଏହାର ଅଧିକ ମାତ୍ରାରେ ବ୍ୟବହାର ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଏ ବିଷୟରେ
କଳା ଦାଗ,ମୃତ କୋଷିକା ବାହାର କରିବାରେ ସାହାଯ୍ୟ କରେ । ଅନ୍ୟପଟେ ଏହାର ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ । ଏହାଦ୍ୱାରା ତ୍ୱଚାରେ ଲାଲ ହେବା, କୁଣ୍ଡେଇ ହେବା ଭଳି ସମସ୍ୟା ଦେଖା ଦିଏ ।
ରକ୍ତଚାପ ସମସ୍ୟା ପାଇଁ ଯଦି ଆପଣ ଏହାର ବ୍ୟବହାର କରୁଛନ୍ତି, ତଥାପି ଏହା ଆପଣଙ୍କୁ ହାନି ପହଂଚାଇଥାଏ । ରକ୍ତଚାପ ସମସ୍ୟା ଥିବା ବ୍ୟକ୍ତିମାନେ ଆଲୋଭେରା ଖାଇବା ବନ୍ଦ କରିବା ଦରକାର ।
ଏଲୋଭେରା ଜୁସ ପିଇବା ଦ୍ୱାରା ଶରୀରରେ ପୋଟାସିୟମ ମାତ୍ରା କମ୍ ହୋଇଯାଏ । ଏହାଦ୍ୱାରା ହୃଦରୋଗ ଭଲି ସମସ୍ୟା ଦେଖାଦିଏ ।
ଓଜନ କମ୍ କରିବା ପାଇଁ ଏଲୋଭେରା ସାହାଯ୍ୟ କରିଥାଏ । ଅନେକଥର ଦେଖା ଯାଇଛି ଯେ, ଓଜନ ହ୍ରାସ କରିବା ଉଦ୍ଦେଶ୍ୟରେ ଏଲୋଭେରା ଅଧିକ ମାତ୍ରାରେ ସେବନ କରି ପାଣିର ମାତ୍ରା କମାଇ ଦିଅନ୍ତି । ଫଳରେ ଡିହାଇଡ୍ରେସନ ସମସ୍ୟା ଦେଖା ଦେଇଥାଏ ।
ଏଲୋଭେରା ପ୍ରତିଦିନ ଖାଇବା ଦ୍ୱାରା ପେଟରେ ଅନ୍ୟ ସମସ୍ୟାମାନ ମଧ୍ୟ ଦେଖାଦେଇଥାଏ ।