ନୂଆଦିଲ୍ଲୀ: ଅନେକ ବିଚାରବିମର୍ଶ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର ହୋଇଛି । ସିଦ୍ଦରମୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡି. ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ନିଷ୍ପତ୍ତି ହେବା ପରେ ସେମାନେ ମେ ୨୦ ତାରିଖରେ ଶପଥ ନେବେ ବୋଲି ବିଧିବଦ୍ଧ ଭାବେ ଘୋଷଣା କରିଛି କଂଗ୍ରେସ । ପୋଷ୍ଟର ୱାର ସାଙ୍ଗକୁ ଅନେକ ସର୍ବେକ୍ଷଣ ପରେ ମେ ୧୭ ତାରିଖରେ କଂଗ୍ରେସ ନେଇଥିଲା ନିଷ୍ପତ୍ତି । ସିଦ୍ଦରମୟାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ କରିଥିଲା କଂଗ୍ରେସ । ଏବଂ ଡି ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ଦିଲ୍ଲୀରୁ ବେଙ୍ଗାଲୁରୁ ପର୍ୟ୍ୟନ୍ତ ଦଳର ଅଧ୍ୟକ୍ଷ, ସାଧାରଣ ସମ୍ପାଦକ, ସମସ୍ତେ ବସି ବିସ୍ତୃତ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଥିଲେ ।