27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମନ୍ଦିରମାନଙ୍କ ଉପରେ ଟ୍ୟାକ୍ସ ଲଗାଇବେ କଂଗ୍ରେସ ସରକାର

ମନ୍ଦିରମାନଙ୍କ ଉପରେ ଟ୍ୟାକ୍ସ ଲଗାଇବେ କଂଗ୍ରେସ ସରକାର

ବେଙ୍ଗାଲୁରୁ: ମନ୍ଦିରମାନଙ୍କ ଉପରେ ଟ୍ୟାକ୍ସ ଲଗାଇବେ କଂଗ୍ରେସ ସରକାର। ଏଣିକି ରାଜ୍ୟରେ ଥିବା ସମସ୍ତ ହିନ୍ଦୁ ମନ୍ଦିର ଟିକସ ଦେବେ । ମନ୍ଦିର ଠାରୁ ୧୦ ପ୍ରତିଶତ ଟିକସ ଆଦାୟ କରିବାକୁ ଯାଉଛନ୍ତି ସିଦ୍ଧରମୈୟା ସରକାର । ଏନେଇ ବୁଧବାର ‘କର୍ନାଟକ ହିନ୍ଦୁ ଧାର୍ମିକ ସଂସ୍ଥାନ ଏବଂ ଧର୍ମାର୍ଥ ବିନ୍ଦୋବସ୍ତ ବିଧେୟକ ୨୦୨୪’ ପାରିତ ହୋଇଛି । ଏବି ବିଧେୟକ ପାସ ହେଲେ ସରକାର ସମସ୍ତ ହିନ୍ଦୁ ମନ୍ଦିରରୁ ଟିକସ ଆଦାୟ କରିବେ । ବୁଧବାର କର୍ନାଟକ ବିଧାନସଭାରେ ପାରିତ ହୋଇଥିବା ‘କର୍ନାଟକ ହିନ୍ଦୁ ଧାର୍ମିକ ସଂସ୍ଥାନ ଏବଂ ଧର୍ମାର୍ଥ ବିନ୍ଦୋବସ୍ତ ବିଧେୟକ ୨୦୨୪’ ଅନୁଯାୟୀ, ଯେଉଁ ମନ୍ଦିରର ରୋଜଗାର ୧୦ ଲକ୍ଷରୁ ୧ କୋଟି ଟଙ୍କା ପର୍ୟ୍ୟନ୍ତ ରହୁଛି, ସେମାନଙ୍କୁ ୫ ପ୍ରତିଶତ ଟିକସ ଦେବାକୁ ପଡ଼ିବ । ଯେଉଁ ମନ୍ଦିର ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି, ସେମାନଙ୍କ ଠାରୁ ୧୦ପ୍ରତିଶତ ଟ୍ୟାକ୍ସ ଆଦାୟ କରିବା ନେଇ ସ୍ଲାବ ପ୍ରସ୍ତୁତ ହୋଇଛି । ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି । ସିଦ୍ଧରମୈୟା ସରକାରଙ୍କୁ ଭାଜପା ଆଣ୍ଟି ହିନ୍ଦୁ ବୋଲି କହିଛି । ଭାଜପା ଅଧ୍ୟକ୍ଷ ୟେଦୁରୁପ୍ପା ସୋସିଆଲ ମିଡିଆ ଏକ୍ସେରେ ପୋଷ୍ଟ କରି ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ସରକାର ହିନ୍ଦୁ ବିରୋଧୀ ନୀତି ଆଣି ରାଜ୍ୟର ଟିକସ ଥଳି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ହିନ୍ଦୁ ମନ୍ଦିରଗୁଡ଼ିକର ଆୟ ଉପରେ କଂଗ୍ରେସ ଖରାପ ଦୃଷ୍ଟି ରହିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, କେବଳ ରାଜ୍ୟରେ ହିନ୍ଦୁ ମନ୍ଦିର କାହିଁକିି, ଅନ୍ୟ ଧାର୍ମିକ ସଂସ୍ଥାନରୁ ମଧ୍ୟ ଟିକସ ଆଦାୟ କରାଯାଉ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking