27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶୟୁପିରେ ଆସନ ବୁଝାମଣା : ୬୩ ଆସନରେ ଲଢିବ ସପା, ୧୭ରେ କଂଗ୍ରେସ

ୟୁପିରେ ଆସନ ବୁଝାମଣା : ୬୩ ଆସନରେ ଲଢିବ ସପା, ୧୭ରେ କଂଗ୍ରେସ

ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ସର୍ବାଧିକ ଲୋକସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ‘ଇଣ୍ଡିଆ’ ମେଣ୍ଟର ଦୁଇ ମୁଖ୍ୟ ସହଯୋଗୀ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ସପା ମୁଖ୍ୟ ଅଖିଳେଶ କହିଥିଲେ, ରାଜ୍ୟରେ ମେଣ୍ଟରେ ନିର୍ବାଚନ ଲଢେଇ ହେବ । ମେଣ୍ଟରେ କୌଣସି ବୁଝାମଣାରେ ଦ୍ବନ୍ଦ୍ବ ନାହିଁ । ଆସନ ସଂଖ୍ୟା ମଧ୍ୟ ଘୋଷଣା ହୋଇଛି । ୮୦ ଆସନ ମଧ୍ୟରୁ ସମାଜବାଦୀ ପାର୍ଟି ୬୩ ଆସନରେ ଲଢିବ । ଅବଶିଷ୍ଟ ୧୭ ଆସନରେ କଂଗ୍ରେସ ନିର୍ବାଚନ ଲଢିବାକୁ ଯାଉଛି ।୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବା ପାଇଁ ଗତବର୍ଷ (୨୦୨୩) ଜୁନ୍ ମାସରେ ଗଠିତ ହୋଇଥିବା ବିରୋଧୀଙ୍କ ବହୁଦଳୀୟ ମହାମେଣ୍ଟର ପ୍ରଥମ ଆନୁଷ୍ଠାନିକ ସିଟ ସେୟାରିଂ ସାମ୍ନାକୁ ଆସିଛି । କଂଗ୍ରେସକୁ ସପା ଛାଡିଥିବା ୧୭ ଆସନରେ ମଧ୍ୟରେ ବହୁ ପ୍ରମୁଖ ସଂସଦୀୟ କ୍ଷେତ୍ର ରହିଛି । ଏହି ଆସନ ମଧ୍ୟରେ ରାଏ-ବରେଲି ଓ ଆମେଠୀ ସମେତ କାନପୁର ନଗର, ଫତେହପୁର ସିକ୍ରି, ବାସଗାଓଁ, ସାହାରନପୁର, ପ୍ରୟାଗରାଜ, ମହାରାଜଗଞ୍ଜ, ଆମରୋହା, ଝାନସୀ, ବୁଲନ୍ଦସହର, ଘାଟିଆବାଦ, ମଥଜାବର , ବାରବାଙ୍କି, ଏବଂ ଦେଓରିଆ ପରି ଏକାଧିକ ଲଢୁଆ ସିଟ ରହିଛି । ଏହି ସିଟ ମଧ୍ୟରେ କଂଗ୍ରେସର ଦୁଇ ଭେଟେରାନ ଗାନ୍ଧୀ ପରିବାର ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ଗତ ନିର୍ବାଚନରେ ଲଢିଥିଲେ । ସୋନିଆ ରାଏ-ବରେଲୀ ଆସନରୁ ବିଜୟୀ ହୋଇଥିଲେ । ରାହୁଲ ଗାନ୍ଧୀ ଆମେଠୀ ଆସନରୁ ନିର୍ବାଚନ ଲଢି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ । ଚଳିତ ଥର ସୋନିଆ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି । ତାଙ୍କ ପାରମ୍ପରିକ ଆସନ ଆମେଠୀରୁ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲଢିପାରନ୍ତି । ସେହିପରି ଚଳିତଥର ମଧ୍ୟ ଆମେଠୀ ଆସନରୁ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଲଢିବାର ଯଥେଷ୍ଟ ସମ୍ଭବନା ରହିଛି । ତେବେ ରାଜ୍ୟରେ ବିରୋଧୀ ଦଳ ଭୂମିକାରେ ଥିବା ସାମଜବାଦୀ ପାର୍ଟି ଇଣ୍ଡିଆ ମେଣ୍ଟରେ ଥିବା ସତ୍ତ୍ବେ ଅଧିକ ଆସନ କଂଗ୍ରେସକୁ ଛାଡିବ ନାହିଁ ବୋଲି କହିଥିଲା । ପ୍ରଥମେ ଦଳ ୧୫ ଆସନ ସହ ପ୍ରସ୍ତାବ ରଖିଥିଲା । ଯାହାକୁ ନେଇ କଂଗ୍ରେସ ଓ ସପା ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ଆଜି ୧୭ ଆସନ ସହ କଂଗ୍ରେସ ରାଜି ହେବା ପରେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking