29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଜାମ୍ମୁକାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଘରେ ସିବିଆଇ ରେଡ୍

ଜାମ୍ମୁକାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ : ଜାମ୍ମୁକାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଘରେ ସିବିଆଇ ରେଡ୍ । ଦିଲ୍ଲୀରେ ସିବିଆଇ ପ୍ରାୟ ୩୦ଟି ସ୍ଥାନରେ ରେଡ୍ କରିଛି । ହାଇଡ୍ରୋ ପାୱାର ପ୍ରୋଜେକ୍ଟ ମାମଲାରେ ସିବିଆଇ ସତ୍ୟପାଲ ମଲ୍ଲିକଙ୍କ ଘରେ ଏହି ରେଡ୍ କରିଛି । ତେବେ ଖାଲି ସେତିକି ନୁହେଁ, ଦିଲ୍ଲୀ ସହିତ ଜାମ୍ମୁକାଶ୍ମୀରର କିଛି ସ୍ଥାନରେ ମଧ୍ୟ ରେଡ୍ କରିଛି ସିବିଆଇ ।ଏହି ରେଡ୍ ୨୦୧୯ ମସିହା କିରୁ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ୨୨୦୦ କୋଟିର ସିଭିଲ୍ କାମରେ ହେଇଥିବା ଭ୍ରଷ୍ଟାଚାର ପାଇଁ କରାଯାଇଛି । ୨୦୧୮ ଅଗଷ୍ଟ ମାସରୁ ୨୦୧୯ ଅକ୍ଟୋବର ମାସ ପର୍ୟ୍ୟନ୍ତ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଥିଲେ ସତ୍ୟପାଲ ମଲ୍ଲିକ । ଆଉ ସେ ଅଭିଯୋଗ କରିଥିଲେ ଯେ, ଏହି ଦୁଇଟି ଫାଇଲକୁ ମଞ୍ଜୁର କରିବାକୁ ତାଙ୍କୁ ୩ ଶହ କୋଟି ଟଙ୍କା ଅଫର୍ କରାଯାଇଥିଲା । ତେଣୁ ଏହି ଘଟଣାର ସତ୍ୟାସତ୍ୟ ଜାଣିବାକୁ ସିବିଆଇ ରେଡ୍ କରିଥିବା ଜଣାପଡିଛି । ଅନ୍ୟପଟେ ସତ୍ୟପାଲ ମଲ୍ଲିକ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ମୁଁ ଜଣେ ଚାଷୀର ପୁଅ, ମୁଁ କେବେ ବି ଡରିବିନି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking