32.1 C
Bhubaneswar
Saturday, May 2, 2026
Homeଓଡିଶାଉତ୍ତର ପ୍ରଦେଶ ସରକାରଙ୍କ ଶ୍ରମ ଓ ନିଯୁକ୍ତି, ସମନ୍ୱୟ ବିଭାଗର ମନ୍ତ୍ରୀ ଶ୍ରୀ ଅନିଲ ରାଜଭରଙ୍କ...

ଉତ୍ତର ପ୍ରଦେଶ ସରକାରଙ୍କ ଶ୍ରମ ଓ ନିଯୁକ୍ତି, ସମନ୍ୱୟ ବିଭାଗର ମନ୍ତ୍ରୀ ଶ୍ରୀ ଅନିଲ ରାଜଭରଙ୍କ ଓଡ଼ିଶା ଆଗମନ

ଭୁବନେଶ୍ୱର: ଉତ୍ତର ପ୍ରଦେଶ ସରକାରଙ୍କ ଶ୍ରମ ଓ ନିଯୁକ୍ତି, ସମନ୍ୱୟ ବିଭାଗର ମନ୍ତ୍ରୀ ଶ୍ରୀ ଅନିଲ ରାଜଭରଙ୍କ ଓଡ଼ିଶା ଆଗମନ ଅବସରରେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ତାଙ୍କୁ ହାର୍ଦ୍ଦିକ ସ୍ବାଗତ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ସମେତ ରାଜ୍ୟ ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଯୁଗ୍ମ ଶ୍ରମ କମିଶନର ଶ୍ରୀ ପ୍ରଣବ କୁମାର ପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ), ଭୁବନେଶ୍ୱର ଶ୍ରୀ ପ୍ରଭାକର ବିଶ୍ୱାଳ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ରାଜଭରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହି ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ରାଜଭର ଶ୍ରମିକ କଲ୍ୟାଣ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସହ ସହଯୋଗକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ବିଶ୍ୱ କୌଶଳ କେନ୍ଦ୍ର ମଧ୍ୟ ସେ ପରିଦର୍ଶନ କରିବାର କାର୍ଯ୍ୟ୍ୟକ୍ରମ ରହିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking