33.1 C
Bhubaneswar
Tuesday, May 26, 2026
Homeଓଡିଶାକଂଗ୍ରେସ ନେତୃତ୍ୱ ବିରୋଧରେ ପ୍ରଭାତି ପରିଡ଼ାଙ୍କ ଭିତ୍ତିହୀନ ଅପପ୍ରଚାର

କଂଗ୍ରେସ ନେତୃତ୍ୱ ବିରୋଧରେ ପ୍ରଭାତି ପରିଡ଼ାଙ୍କ ଭିତ୍ତିହୀନ ଅପପ୍ରଚାର

ଭୁବନେଶ୍ୱର: ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଯେଉଁଭଳି ଭିତ୍ତିହୀନ ଓ ଅଯୌକ୍ତିକ ମନ୍ତବ୍ୟ କଂଗ୍ରେସର ସର୍ବୋଚ୍ଚ ନେତାଙ୍କ ପ୍ରତି ରଖିଛନ୍ତି, ଏହାର ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଓଡିଶା ପିସିସି ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ କଡ଼ା ପ୍ରତିବାଦ ଜଣାଇଛନ୍ତି । ଶ୍ରୀମତୀ ପରିଡ଼ା ଏକ ଭିତ୍ତିହୀନ କଥାକୁ ଆଳ କରି ପ୍ରଧାନମନ୍ତ୍ରୀଙ୍କ ପ୍ରିୟ ହେବାକୁ ଅପଚେଷ୍ଟା ଚଳାଇଛନ୍ତି। ବିହାର ନିର୍ବାଚନରେ ପରାଜୟର ଆଶଙ୍କା ଓ ଭୟ ବିଜେପିକୁ ଘାରୁଛି। ଭାରତରେ ବିଜେପି ଭୋଟ ଚୋରି କରି ସତ୍ତାକୁ ଆସିଛି। ଏହା ସହିତ ବିହାରରେ କଂଗ୍ରେସ ପ୍ରତି ଲୋକଙ୍କ ଅକୁଣ୍ଠ ସମର୍ଥନ ଦେଖି ବିଜେପି ଦଳ ଏବଂ ତାର ତଥାକଥିତ ପ୍ରଚାରକ ମାନେ ଭୟରେ କଂଗ୍ରେସର ଅପପ୍ରଚାର କରୁଛନ୍ତି । କଂଗ୍ରେସ ନୀତି ଆଦର୍ଶର ଦଳ, କଂଗ୍ରେସ ସବୁବେଳେ ମା’ମାତୃକାକୁ ସମ୍ମାନ ଦେଇ ଆସିଛି। ମିଛ ପ୍ରଚାର କରି କଂଗ୍ରେସକୁ କିମ୍ବା କଂଗ୍ରେସ ନେତୃବୃନ୍ଦଙ୍କୁ ଦୋଷୀ କରି ପାରିବେନି ।

ଇତିହାସ ସାକ୍ଷୀ ଅଛି, ବିଗତ ଦିନରେ ବିଜେପି ଏବଂ ଦେଶର ପ୍ରଧାନ ସେବକ ବୋଲାଉଥିବା ପ୍ରଧାନମନ୍ତ୍ରୀ କିଭଳି କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଗୋରୀ ଚମଡ଼ି, ବାର୍ ଡ୍ୟାନ୍ସର କହି ସମାଲୋଚନା କରିଥିଲେ । ଏପରିକି ରାହୁଲ ଗାନ୍ଧୀଙ୍କୁ ହାଇବ୍ରିଡ଼ ବାଛୁରୀ ବୋଲି ବିଦ୍ରୁପ କରିଥିଲେ । ଶ୍ରୀମତୀ ସାହୁ ପୁଣି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଯଦି ନିଜ ମାଆଙ୍କ ପ୍ରତି ସାମାନ୍ୟ ସମ୍ମାନ ଥାନ୍ତା, ତେବେ ନୋଟବନ୍ଦୀ ସମୟରେ ନିଜ ଶତାୟୁ ମାଆଙ୍କୁ ଏଟିଏମ ଧାଡ଼ିରେ ଛିଡା କରି ବିଜ୍ଞପିତ କରି ନଥାନ୍ତେ । ନିଜକୁ ହିନ୍ଦୁଙ୍କ ଠିକାଦାର ବୋଲି ଦାବି କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ନିଜ ମାଆଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ କାହିଁକି ଲଣ୍ଡା ହେଲେନାହିଁ? ଏହା କଣ ହିନ୍ଦୁ ଭାବନା ପ୍ରତି କୁଠାରାଘାତ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ସାହୁ। ବିଜେପି ମୁଖପାତ୍ର ପ୍ରେମ ଶୁକ୍ଳ, କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ରାଜପୁତଙ୍କ ମାଆଙ୍କୁ “ରଣ୍ଡୀ” କହିବାକୁ ମଧ୍ୟ ପଛେଇ ନଥିଲେ। ବିଜେପି ନିଜ ମୁଖପାତ୍ର ପ୍ରେମ ଶୁକ୍ଳଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ କରିବା ପରିବର୍ତ୍ତେ ତାଙ୍କୁ ରାଷ୍ଟ୍ରୀୟ ମୁଖପାତ୍ରରେ ଅବସ୍ଥାପିତ କରିଥିଲେ । କ’ଣ ଏହା ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ମାନଙ୍କୁ ସମ୍ମାନ?

ଯେଉଁଭଳି ଭାବେ କଙ୍ଗନା ରାଣା୍ୱତ ସିଣ୍ଡ୍ରୋମ ଟ୍ରେଂଡିଂରେ ରହି ମୋଦିଙ୍କ ପ୍ରିୟ ହୋଇଛନ୍ତି, ସେହି ଆଳରେ ଶ୍ରୀମତୀ ପ୍ରଭାତୀ ପରିଡା ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରିୟପାତ୍ରୀ ହେବା ପାଇଁ କଂଗ୍ରେସ ବିରୋଧରେ ମିଛ ଓ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ବୋଲି ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି । ବରିଷ୍ଠ ମହିଳା କଂଗ୍ରେସ ନେତ୍ରୀ ପ୍ରଣତି ମିଶ୍ର ମଧ୍ୟ ବିଜେପିର ମିଛ ରାଜନୀତିକୁ ସମାଲୋଚନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁଙ୍କ ବ୍ୟତୀତ ମୁଖପାତ୍ର ଅମ୍ରିତା ଦାସ , ସମସିଦା ତୟାବ ଓ ସିଲି ସେଠୀ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking