32.1 C
Bhubaneswar
Sunday, April 27, 2025
Homeଦେଶ ବିଦେଶସ୍ରେଥା ଥାଭିସିନ୍ ଥାଇଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ

ସ୍ରେଥା ଥାଭିସିନ୍ ଥାଇଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ: ବିଜିନେସ୍ ଟାଇକୁନ୍ ସ୍ରେଥା ଥାଭିସିନ୍ ଥାଇଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ସ୍ରେଥାଙ୍କ ନିଯୁକ୍ତିକୁ ପାର୍ଲାମେଣ୍ଟର ଉଭୟ ଗୃହ ଅନୁମୋଦନ କରିଥିବା ପ୍ରକାଶ । ସୂଚନାଯୋଗ୍ୟ ଚଳିତବର୍ଷ ମେ’ରେ ଥାଇଲାଣ୍ଡରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ସ୍ରେଥାଙ୍କ ଦଳ ‘ଫେଉ ଥାଇ ପାର୍ଟି’ ଦ୍ୱିତୀୟ ସର୍ବାଧିକ ଆସନ ଅକ୍ତିଆର କରିଥିଲା । ତେବେ ଅନ୍ୟ ଦଳ ସହ ମେଣ୍ଟ କରି ସ୍ରେଥା ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିପାରିଛନ୍ତି । ନିମ୍ନ ସଦନର ୫୦୦ ଆସନ ମଧ୍ୟରୁ ସ୍ରେଥାଙ୍କ ମେଣ୍ଟ ସରକାର ୩୧୪ ଆସନ ହାତେଇଥିବା କୁହାଯାଇଛି । ସୂଚନାଯୋଗ୍ୟ ୨୦୦୮ରୁ ଦେଶଛାଡି ପଳାଇଥିବା ପୂର୍ବତନ ସାମରିକ ଶାସକ ଥାକ୍‌ସିନ୍ ସିନାୱାତ୍ରା ନିକଟରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ସ୍ରେଥାଙ୍କ ମେଣ୍ଟ ସରକାରରେ ସାମିଲ ହୋଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking