28.1 C
Bhubaneswar
Tuesday, April 28, 2026
Homeଓଡିଶାଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜନ୍ତାରିବୋଲ ଗାଁ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରର ପଛପଟୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତବ୍ୟକ୍ତି ଜଣଙ୍କ ହେଉଛନ୍ତି କାନପୁରା ପଞ୍ଚାୟତ ଅନ୍ତର୍ଗତ ଏକତାଳି ଗାଁର ସୂର୍ଯ୍ୟକାନ୍ତ ବିଶ୍ୱାଳ। ପ୍ରକାଶ, ଗତକାଲି ଦିନ ୧୦ ଟା ବେଳକୁ ସୂର୍ଯ୍ୟକାନ୍ତ ସାଇକେଲଯୋଗେ କୌଣସି କାମରେ କାମାକ୍ଷାନଗର ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ଆଉ ଫେରି ନଥିଲେ। ପରିବାରଲୋକେ ବହୁ ଖୋଜା ଖୋଜି ପରେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କ ମୃତଦେହ ଦକ୍ଷତାବିକାଶ କେନ୍ଦ୍ର ପଛପାଖେ ପଡ଼ିଥିବାର ଖବର ଶୁଣିବାକୁ ପାଇଥିଲେ। ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ôଚ ମୃତକ ଜଣକ ମୁହମାଡ଼ି ପଡି ରହିଥିବା ଦେଖିବାକୁ ପାଇଥିଲେ। ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ôଚ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଅତ୍ୟଧିକ ଖରା ଯୋଗୁ ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking