ଗୋଟିଏ ଦେଶରେଜଣେ ଦୟାଳୁ ପ୍ରଜାବତ୍ସଳରାଜା ଥିଲେ । ପ୍ରଜାମାନଙ୍କହିତଚିନ୍ତାରେ ଅହରହବ୍ୟସ୍ତରହୁଥିଲେ । ଛଦ୍ମବେଶରେରାଜ୍ୟସାରାଭ୍ରମଣକରିଜାଣିପାରିଲେ ଯେ କେତେଜଣ ନିପଟ ଅଳସୁଆଜୀଅନ୍ତା କାଠଗଣ୍ଡି ପରିକାଳାତିପାତକରୁଛନ୍ତି । ଦୟାପରବଶହୋଇରାଜ୍ୟରସବୁ ଅଳସୁଆମାନଙ୍କୁ ଆଣି ନଗର ବାହାରେସେମାନଙ୍କରରହିବାଖାଇବାପିଇବାରବନ୍ଦୋବସ୍ତକରିଦେଲେ । ଆଉ ଯଦି କୌଣସି ଅଳସୁଆ ଆସନ୍ତି, ସେମାନଙ୍କୁ ମଧ୍ୟ ଏଠାରେରହିବାରସୁଯୋଗ ଦେବାକୁକର୍ମଚାରୀମାନଙ୍କୁ ଆଦେଶ ଦେଲେ ।
ରାଜାଙ୍କରଏତାଦୃଶ ଆଦେଶ ଯୋଗୁଁରାଜ୍ୟରଯେତେ ଅଳସୁଆ, ଠକ, ଠାପୁଆ, କର୍ମକୁଣ୍ଠ ଲୋକଥିଲେ, ବିନା ପରିଶ୍ରମରେଖାଇପିଇଗଡିବା ପାଇଁସେମାନେ ପ୍ରତିଦିନ ଅଳସୁଆ ପରିଚୟ ଦେଇ ଏଠାକୁ ଆସିବାକୁଲାଗିଲେ । ଅଳସୁଆଙ୍କସଂଖ୍ୟାଏତେବଢିଗଲା ଯେ ସେମାନଙ୍କ ଦାୟିତ୍ୱବୁଝିବାକର୍ମଚାରୀମାନଙ୍କର ତଥା ମନ୍ତ୍ରୀଙ୍କରମୁଣ୍ଡବ୍ୟଥାରକାରଣହୋଇଗଲା । ମନ୍ତ୍ରୀଚିନ୍ତାକଲେ, ଯଦି ପ୍ରତିଦିନ ଏ ନକଲି ଅଳସୁଆଙ୍କସୁଅ ଛୁଟେ, ତେବେରାଜ୍ୟର ପ୍ରଜାମାନେ କାମଧନ୍ଦା ଛାଡିଏଠାରେଖାଇପିଇ ଆରାମରେଗଡିବେ । ପ୍ରଜାମାନେ କର୍ମକୋଢିହୋଇଯିବେ, ଆଦୌ କାମଧନ୍ଦା କରିବେନି । ରାଜ୍ୟଉଚ୍ଛନ୍ନହୋଇଯିବ, ରାଜକୋଷଶୂନ୍ୟହୋଇଯିବ । ରାଜାଙ୍କ ନିକଟରେବହୁବାର ଏ ଚିନ୍ତା ପ୍ରକଟକଲେବି ଦୟାଳୁରାଜାକିଛିଶୁଣିବାକୁ ନାରାଜ ଥିଲେ, ବରଂ ପ୍ରଜାମାନଙ୍କହିତକରୁଛନ୍ତିବୋଲିସନ୍ତୁଷ୍ଟ ଥିଲେ ।
କଥାରେ ଅଛି,- ରାଜାଷୋଳକଳାହେଲେମନ୍ତ୍ରୀବତିଶକଳା, ଚୋରଚୌଷଠିକଳା । ଦିନେ ମନ୍ତ୍ରୀସମସ୍ତଙ୍କ ଅଜାଣତରେ ଅଳସୁଆମାନଙ୍କରହିବାଘରେ, ଯାହାକୁ ପ୍ରଜାମାନେ ଥଟ୍ଟାରେ ‘ଅଳସୁଆମନ୍ଦିର’ ବୋଲିକହୁଥିଲେ, ସେଥିରେ ନିଆଁଲଗାଇ ଦେଲେ । ନିଆଁଲାଗିବାମାତ୍ରେସମସ୍ତେଜୀବନ ବିକଳରେ ଅଳସୁଆମନ୍ଦିରଛାଡି ପଳାଇଲେ । କେବଳ ଦୁଇଟିଲୋକ ନିଶ୍ଚଳଭାବେ ଶୋଇରହି ଥିଲେ । ମନ୍ତ୍ରୀସେମାନଙ୍କ ପାଖରେ ପହଂଚିବାବେଳକୁ ନିଆ ଧାସଲାଗୁଥିବାଲୋକଟିକହୁଛି – “ଘ.ପୋ.” – ଅର୍ଥାତ ‘ଘର ପୋଡିଯାଉଛି’ । ଏତକ କଥା କହିବାକୁବିସେ ଅଳସାଉଛି । ଆରଜଣକକହୁଛି – “ବୁ.ଶୋ.” – ଅର୍ଥାତ୍ ‘ବୁଲିକିଶୋ’ । ମନ୍ତ୍ରୀଜାଣିଗଲେ ଯେ ଏଇ ଦି’ଟାହେଉଛନ୍ତିଖାଂଟି ଅଳସୁଆ । ସେମାନଙ୍କୁଟାଣିବାହରକୁବାହାରକରିଦେଲେ । କେବଳସେହି ଦୁଇଜଣଙ୍କ ନିମନ୍ତେ ଅଳସୁଆମନ୍ଦିରରସମସ୍ତବନ୍ଦୋବସ୍ତକରିଦେଲେ । ରାଜାଜ୍ଞା ପାଳନ ହେଲା, ଉଦ୍ଦେଶ୍ୟବିସାଧିତହେଲା ।
ଏହା ଏକ କାଳ୍ପନିକକାହାଣୀ । କିନ୍ତୁଏହାର ମଞ୍ଜ କଥାଟିକୁଲକ୍ଷ୍ୟକଳେତାହା ଆମରବର୍ତମାନ ସମାଜସହିତମିଳିଗଲା ପରିଲାଗୁଛି ।
ମାତୃଗର୍ଭରେଭୂୃଣଟିଏସଂଚରିତହେବା ଦିନଠାରୁମା’ ଓ ଗର୍ଭସ୍ଥସନ୍ତାନର ଯତ୍ନ, ରୋଗ ପ୍ରତିଷେଧକ ଟୀକା, ରକ୍ତହୀନତା ଦୂରୀକରଣ, ଗର୍ଭବତୀରସାମୟିକ ପରୀକ୍ଷା, ନିରାପଦ ପ୍ରସବଏବଂ ପରେ ପରେମା’ ଓ ଶିଶୁରସୁସ୍ଥଜୀବନ ପାଇଁବିଭିନ୍ନଯୋଜନାକରାଯାଇଛି । ପିଲାଟିର ଅଙ୍ଗନବାଡିଠାରୁସ୍କୁଲଶିକ୍ଷା ପର୍ଯ୍ୟନ୍ତ ପୁଷ୍ଟିକରଖାଦ୍ୟ, ମଧ୍ୟାହ୍ନଭୋଜନ, ବହିଖାତା, ଜାମାପ୍ୟାଂଟ୍, ଜୋତା, ସାଇକେଲ, ଲାପ୍ଟାପ୍ଇତ୍ୟାଦି ଯୋଗାଇ ଦିଆଯାଉଛି । ଉଚ୍ଚଶିକ୍ଷା ପାଇଁବ୍ୟବସ୍ଥା, ଋଣ, ପ୍ରୋତ୍ସାହନ ଦିଆଯାଉଛି । ବଡହେଲେଜୀବନ ନିର୍ବାହ ନିମନ୍ତେ ବିଭିନ୍ନକ୍ଷେତ୍ରରେବିଭିନ୍ନପ୍ରୋତ୍ସାହନ, ରିହାତିସୁଧରେ ଋଣ ଇତ୍ୟାଦି ଦିଆଯାଉଛି । ସାମୁହିକଭାବେସମିତି, ମଣ୍ଡଳି ପାଇଁବହୁତସୁବିଧା ସୁଯୋଗଯୋଗାଇ ଦିଆଯାଉଛି । ଚାଳଘରକୁ ପକ୍କାଘର, ସୁଲଭଶୌଚାଳୟ, ମୋବଗିଚା, ମୋପୋଖରୀଠାରୁ ଆରମ୍ଭ କରି ପ୍ରତିଘରକୁ ପାଇପ୍ଯୋଗେ ପାନୀୟଜଳ, ବିଜୁଳୀ, ରୋଷେଇ ପାଇଁ ରନ୍ଧନଗ୍ୟାସଯୋଗାଇ ଦିଆଯାଉଛି । ମହିଳାସଶକ୍ତିକରଣ ନିମନ୍ତେ ଅନେକସାହାଯ୍ୟ, ପ୍ରୋତ୍ସାହନ ମଧ୍ୟ ମିଳୁଛି । ଯାତାୟତ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, ଚାଷଇତ୍ୟାଦି ନିମନ୍ତେ ସମସ୍ତ ପ୍ରକାରସାହାଯ୍ୟ, ସହଯୋଗ, ପ୍ରୋତ୍ସାହନ, ରିହାତି, ଋଣଛାଡ ମଧ୍ୟ ମିଳୁଛି । ଦୈବୀଦୁର୍ବିପାକ ପାଇଁ ଅନୁଦାନ ରାଶିମିଳୁଛି । ଏପରିକିମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେଶେଷକୃତ୍ୟ ପାଇଁସାହାଯ୍ୟମିଳୁଛି । ମୋଟଉପରେଜରାୟୂରୁଜୁଇ ପର୍ଯ୍ୟନ୍ତ ଜନସାଧାରଣକିପରିସୁବିଧାରେ, ଭଲରେରହିବେ, ତା’ରବ୍ୟବସ୍ଥାମାନ କରାଯାଇଛି । ଏହାବାଦ୍ ବାର୍ଦ୍ଧକ୍ୟଭତା, ବିଧବାଭତା, ଦିବ୍ୟାଙ୍ଗଭତାଇତ୍ୟାଦି ଅନେକ ପ୍ରକାରଭତାରବ୍ୟବସ୍ଥାକରାଯାଇଛି । ବିଶେଷକରି ଦାରିଦ୍ର୍ୟସୀମାରେଖାତଳେ ଥିବାଗରିବଲୋକମାନଙ୍କୁଟଙ୍କିକିଆଚାଉଳମିଳୁଛି ।
ରାଜ୍ୟସରକାର ଓ କେନ୍ଦ୍ରସରକାରଙ୍କବିଭିନ୍ନଯୋଜନାଗୁଡିକୁଲକ୍ଷ୍ୟକଲେଜଣାପଡେ, ଜନସାଧାରଣଙ୍କରସାମାନ୍ୟତମ ଦୁଃଖକଷ୍ଟ ନ ହେଉ, ଏଥିପାଇଁସରକାର ସଦା ଜାଗ୍ରତ । ଏହା ଅତିଉତମ କଥା । ଏଥିରେ ସଦ୍ଭାବନା, ସଦିଚ୍ଛା, ପ୍ରଗତି, ବିକାଶରଭାବଭରପୂରହୋଇରହିଛି । ଏଥିପାଇଁସରକାର ପ୍ରକୃତରେ ଧନ୍ୟବାଦର ପାତ୍ର । ପରନ୍ତୁ, ଏହାମୁଦ୍ରାରଗୋଟିଏ ପାଶ୍ୱର୍, ଉଜ୍ଜ୍ୱଳ ପାଶ୍ୱର୍ ।
ଅପର ପାଶ୍ୱର୍ଟିକିନ୍ତୁ … ବହୁକିନ୍ତୁରସମାହାର । ଅଧିକାଂଶଯୋଜନାରକାର୍ଯ୍ୟାନ୍ୱୟନ ପଛରେ ‘କିନ୍ତୁ’ଟିଏଲଗାଯାଇପାରେ । ଏହାରବର୍ଣ୍ଣନା ନିସ୍ପ୍ରୟୋଜନ । ନିରପେକ୍ଷଭାବେ ନିଜସାହିରେ, ଗ୍ରାମରେ, ଗ୍ରାମପଂଚାୟତରେ, ମହଲାରେଲକ୍ଷ୍ୟକରନ୍ତୁ … ସରକାରଙ୍କବିଭିନ୍ନଯୋଜନାରେଲାଭାନ୍ୱିତହେଉଥିବାହିତାଧିକାରୀମାନଙ୍କମଧ୍ୟରୁକେତେଜଣ ପ୍ରକୃତହିତାଧିକାରୀ ଓ କେତେଜଣ ନକଲି । ଖବରକାଗଜରେ ପ୍ରକାଶିତ ଏଇ କେତେମାସତଳରଖବରଟିଏ … ସରକାରଙ୍କରଜଣେବିଭାଗୀୟକର୍ତା ଏକ ଧାନମଣ୍ଡିରେ ଅଚାନକ ପହଂଚିଗଲେ । ଜଣେସାଧାରଣଛୋଟଚାଷୀଠାରୁ ପଚାରିବୁଝିଲେ ଯେ ସେଚାଷୀଟି ଅମଳକରିଥିବାସବୁଯାକ ଧାନ ମଣ୍ଡିରେବିକ୍ରିକରିଦେଇ ଟଙ୍କିକିଆଚାଉଳ ଓ ଭତାରେଚଳିଯାଉଛି । ଜଣେଚାଷୀ ଧାନ କ୍ୱିଂଟାଲ ପାଖାପାଖି ଦେଢହଜାରଟଙ୍କାରେବିକିମାସକୁମାସଟଙ୍କିକିଆ ୩୫ କିଲୋଚାଉଳ ପାଉଛି । ଏଥିପାଇଁଚାଷୀଟିକୁ ଦୋଷ ଦେଇହେବନି । ଏହାବର୍ତମାନ ସାଧାରଣଜନତାଙ୍କମାନସିକତାହୋଇଯାଇଛି । ଅଳ୍ପ ପରିଶ୍ରମରେବାବିନା ପରିଶ୍ରମରେକଳେବଳେକୌଶଳେ, ବାହୁବଳେବାବୁଦ୍ଧିବଳେମିଳୁଥିବାସବୁସୁବିଧା ସୁଯୋଗହାତେଇନେବା । ନୈତିକତାର ପ୍ରଶ୍ନଉଠୁନି, ସେସବୁଚୁଲିକୁଗଲାଣି । କେଉଁଟା ଅନୈତିକ, ଏକଥା ବି ଅନେକଙ୍କରଚିନ୍ତାରବହିର୍ଭୂତବିଷୟ ।
ଦୈନିକଖବରକାଗଜ, ଟି.ଭି. ନ୍ୟୁଜ ଦେଖିଲେ, କେତେ ଯେ ଅନୈତିକକାର୍ଯ୍ୟକଳାପ, ଦୁର୍ନୀତି, ଚୋରୀଡକାୟତି, ଉତ୍ପାତ, ଲୁଣ୍ଠନ, ଦିନ ଦି’ପହରେବିଚ୍ରାସ୍ତାରେଲୁଟ୍ତରାଜ, ହତ୍ୟା, ବ୍ୟଭିଚାର, ଅନାଚାର ଦେଖିବାକୁମିଳୁଛି, ଯାହାସାଧାରଣ ନାଗରିକର ‘ତାଜୁବ୍’କୁ ମଧ୍ୟ ତାଜୁବ୍କରିଦେଉଛି । ଏପରି ଅକଳ୍ପନୀୟବ୍ୟକ୍ତିଙ୍କସଂପର୍କରେ ଅଦ୍ଭୁତଖବରକୁବିଶ୍ୱାସକରିହେଉନି, କିନ୍ତୁତାହାଘଟୁଛି । କେବଳ ‘ହେଭଗବାନ!’ କହିମୁଣ୍ଡରେହାତମାରିବାଛଡାଉପାୟ ନାହିଁ । ଏବେଏବେଉଦ୍ଭାବିତସାଇବର ଅପରାଧ ତ ‘ଛୂମନ୍ତର’ କୁହୁକ ପରିଲାଗୁଛି । ଏପରିମାନସିକତାନେଇ ଆମେକେଉଁଆଡେମୁହାଁଉଛେ, ସହଜେ ଅନୁମେୟ । ମନେହୁଏ, ମଣିଷର ମନ ଅପେକ୍ଷାଉତ୍କୃଷ୍ଟତରବୁଦ୍ଧିର ଏ ଖେଳ । କିନ୍ତୁଏହାସୁବୁଦ୍ଧି ନୁହେଁ, କୁବୁଦ୍ଧି, ଦୁର୍ବୁଦ୍ଧି, ଶୈତାନୀବୁଦ୍ଧି ।
ତେଣୁସାଧୁ ସାବଧାନ! ପ୍ରତ୍ୟେକ ଯୁଗରେ, କାଳରେ ଦୟାଳୁରାଜାଙ୍କ ପାଖରେବୁଦ୍ଧିମାନ ମନ୍ତ୍ରୀ ଥିଲେ, ଏବେ ଅଛନ୍ତି, ଭବିଷ୍ୟତରେବିରହିବେ । ଦିନେ ନା ଦିନେ ଅଳସୁଆମନ୍ଦିରରେ ନିଶ୍ଚୟ ନିଆଁଲାଗିବ । କୁମନ, କୁବୁଦ୍ଧିର ଅନ୍ତ ଘଟିବ ।
ସା : ତରାପୁର, ପୋ.ଅ.: ଲକ୍ଷ୍ମୀନଗର
ଜିଲ୍ଲା : ଯାଜପୁର
ମୋ : ୯୯୩୭୫୯୩୪୯୩