33.1 C
Bhubaneswar
Sunday, April 28, 2024
Homeଓଡିଶାକରୋନାରେ ୮ ଲକ୍ଷରୁ ଅଧିକ ରନ୍ଧାଖାଦ୍ୟ ପୁଡ଼ିଆ ବାଣ୍ଟି ସାରିଲେଣି ଏସ୍‌ଏଚ୍‌ଜି ମହିଳା : ମୁଖ୍ୟମନ୍ତ୍ରୀ

କରୋନାରେ ୮ ଲକ୍ଷରୁ ଅଧିକ ରନ୍ଧାଖାଦ୍ୟ ପୁଡ଼ିଆ ବାଣ୍ଟି ସାରିଲେଣି ଏସ୍‌ଏଚ୍‌ଜି ମହିଳା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ  ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ରାଜ୍ୟର ୮ ଲକ୍ଷର ଅଧିକ ରନ୍ଧାଖାଦ୍ୟ ପୁଡ଼ିଆ ବାଣ୍ଟି ସାରିଲେଣି । ଆଗକୁ ବି ଏହି ପ୍ରକ୍ରିୟା ଜାରି ରହିବ ।  ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।  ଟ୍ୱିଟ୍ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କୋଭିଡ୍ ସଂକଟ ସମୟରେ ଅସହାୟ, ଗରିବ, ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ଯୋଗାଇବାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଜାରି ରହିଛି । ରାଜ୍ୟର ବିଭିନ୍ନ ସ୍ଥାନ ରେ ନିୟୋଜିତ ହୋଇଛନ୍ତି ୧୧୧୨ ସ୍ୱୟଂ ସହାୟକ ଗୋଷ୍ଠୀ । ସେହି ମା’ମାନଙ୍କ ବିଳିଷ୍ଠ ଭୂମିକା ଯୋଗୁଁ ୮ ଲ କ୍ଷରୁ ଊର୍ଦ୍ଧ୍ୱ ରନ୍ଧାଖାଦ୍ୟ ପୁଡ଼ିଆ ବାଣ୍ଟା ସରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ,  ମିଶନ ଶକ୍ତି ଦ୍ୱାରା ନିଆଯାଇଥିବା ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ରାଜ୍ୟର ୬ ଲକ୍ଷ ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୭୦ ଲକ୍ଷ ମହିଳା ସଦସ୍ୟାଙ୍କ ଆର୍ôଥକ ସଶକ୍ତିକରଣ ଦିଗରେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଛି । ଏହା ଦ୍ୱାରା ମହିଳାଙ୍କ ଆର୍ôଥକ ବ୍ୟବସ୍ଥା ଉପରେ ବ୍ୟବହାରିକ ଜ୍ଞାନ, ବ୍ୟାଙ୍କ ଋଣ ସଂଯୋଗ ଏବଂ ସୁଧଛାଡ଼ ଭଳି ସକାରାତ୍ମକ ସୁବିଧା ଉପଲବ୍ଧ ହେଉଛି । ୨୦୧୯-୨୦ଆର୍ôଥକ ବର୍ଷରେ ଦେଢ଼ ଲକ୍ଷ ମହିଳା ଏସ୍‌ଏଚ୍‌ଜି ଗୋଷ୍ଠୀଙ୍କୁ ୨୩୦୭.୯୩ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି ।

କୋଭିଡ୍ ମହାମାରୀ ସମୟରେ ୪୧୩୫୫ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୬୪୪ କୋଟି ଟଙ୍କାର ବ୍ୟାଙ୍କ ଋଣ ଏବଂ ୧,୬୧,୮୨୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୫.୨୩ କୋଟି ଟଙ୍କା ସୁଧଛାଡ଼ ବାବଦକୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ମହିଳାଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଆଗ୍ରହକୁ ଦେଖି ରାଜ୍ୟ ସରକାର ଅପ୍ରେଲ ୧,୨୦୧୩ ମସିହାରୁ ସୁଧ ରିହାତି ଯୋଜନା ଆରମ୍ଭ କରିଥିଲେ । ବାର୍ଷିକ ୨ ପ୍ରତିଶତ ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯୋଗାଇ ଦିଆଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking