26.1 C
Bhubaneswar
Friday, March 29, 2024
Homeଓଡିଶାବାପାକୁ ହତ୍ୟା କରି ପୁଅ ଫେରାର

ବାପାକୁ ହତ୍ୟା କରି ପୁଅ ଫେରାର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବୃନ୍ଦାମାଲ ଗଣ୍ଡପଡ଼ାରେ ପୁଅର ଟାଙ୍ଗିଆ ଚୋଟରେ ବୃଦ୍ଧ ବାପାର ମୃତ୍ୟୁ ହୋଇଛି । ହତ୍ୟାକାଣ୍ଡ ଭିଆଇ ପୁଅ ଘଟଣା ସ୍ଥାଳରୁ ଫେରାର ହୋଇ ଯାଇଥିବା ବଡ଼ମାଲ ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ସୁରତ ମରେଇ (୬୫) ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ସୁରତ ମରେଇ ଓ ତାଙ୍କ ପୁଅ ବୈକୁଣ୍ଠ ମରେଇ (୩୦) ମଧ୍ୟରେ ଝଗଡ଼ା ହୋଇଥିଲା । ବୈକୁଣ୍ଠ ମଦ ପିଇବାକୁ ତା ବାପା ସୁରତକୁ ଟଙ୍କା ମାଗିଥିଲା । ସୁରତ ଟଙ୍କା ଦେବାକୁ ମନା କରିବାରୁ ବୈକୁଣ୍ଠ ଏଥିରେ ରାଗିଯାଇ ଘରେ ଥିବା ଟାଙ୍ଗିଆରେ ବାପାଙ୍କ ମୁଣ୍ଡରେ ଚୋଟ ମାରିଥିଲା ।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁରତ ପଡ଼ିଯାଇଥିବାବେଳେ ବୈକୁଣ୍ଠ ଫେରାର ମାରିଥିଲା । ସୁରତଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସୁରତର ସ୍ତ୍ରୀ ନୃପତୀ ମରେଇ ବଡ଼ମାଲ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ । ଏହାପରେ ବଡ଼ମାଲ ପୋଲିସ ଏକ ହତ୍ୟାମାମଲା ରୁଜ କରି ଅଭିଯୁକ୍ତକୁ ଖୋଜିବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ମବୈକୁଣ୍ଠ ମରେଇ ତା ବାପାକୁ ସାମାନ୍ୟ କଥାରେ ଟାଙ୍ଗିଆ ଚୋଟ ମାରିଥିଲା । ହେଲେ ଭାଗ୍ୟବଶତଃ ସେତେବେଳେ ସୁରତ ଅଳ୍ପକେ ବର୍ତ୍ତି ଯାଇଥିବା ବଡ଼ମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking