27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଶରଦ୍ ପୱାରଙ୍କୁ ମିଳିଲା ନୂଆ ଦଳୀୟ ଚିହ୍ନ

ଶରଦ୍ ପୱାରଙ୍କୁ ମିଳିଲା ନୂଆ ଦଳୀୟ ଚିହ୍ନ

ମୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ ଶରଦ ପୱାରଙ୍କୁ ଆଜି ନୂଆ ଦଳୀୟ ଚିହ୍ନ ‘ତୁରୀ’ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ । ପୂର୍ବରୁ ତାଙ୍କ ଦଳର ନାମ ପରିବର୍ତ୍ତନ ହୋଇସାରିଥିବା ବେଳେ ଏବେ ନୂଆ ନିର୍ବାଚନୀ ଚିହ୍ନ ମିଳିଛି । ଶରଦ ପୱାରଙ୍କ ନେତୃତ୍ୱାଧୀନ ଦଳର ନୂଆ ନାମକରଣ ଏନ୍‌ସିପି ଶରଦଚନ୍ଦ୍ର ପୱାର’ ରହିଛି । ନିର୍ବାଚନ ଆୟୋଗ ଶରଦଙ୍କ ନେତୃତ୍ୱାଧୀନ ଦଳକୁ ଏହି ନୂଆ ନାମ ପ୍ରଦାନ କରିଥିଲେ । ଏବେ ଏହି ଦଳ ପାଇଁ ତୁରୀ’କୁ ନିର୍ବାଚନୀ ଚିହ୍ନ ଭାବେ ଅନୁମୋଦନ କରିଛନ୍ତି ନିର୍ବାଚନ ଆୟୋଗ ।

ଶରଦ ପୱାରଙ୍କ ପୁତୁରା ଅଜିତ୍ ପୱାର, ଦଳରେ ବିଦ୍ରୋହ କରିବା ପୂର୍ବକ ଶରଦ ପ୍ରତିଷ୍ଠା କରିଥିବା ଦଳ ‘ଏନ୍‌ସିପି’ ଉପରେ ମାଲିକାନା ଦାବି କରିଥିଲେ । ତେବେ ଦଳଗତ ଆଇନ୍ ଅନୁସାରେ ନିର୍ବାଚନ ଆୟୋଗ ମଧ୍ୟ ଅଜିତ୍‌ଙ୍କୁ ହିଁ ମୂଳ ଏନ୍‌ସିପି ସହ ଦଳର ନିର୍ବାଚନୀ ସଂକେତ ‘ଟେବୁଲ ଘଡି’ ପ୍ରଦାନ କରିଥିଲେ । ଶରଦ ପୱାର ଏହାକୁ ଚ୍ୟାଲେଞ୍ଜ୍ କରି ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି କାଏମ ରହିଥିଲା । ପରେ ଶରଦ ପୱାର ବାଧ୍ୟ ହୋଇ ନିଜ ଅଂଶର ଦଳ ଏନ୍‌ସିପିର ନୂଆ ନାମ ଏବଂ ନିର୍ବାଚନୀ ସଂକେତ ପାଇଁ ସୁପାରିଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking