28.1 C
Bhubaneswar
Saturday, May 24, 2025
Homeଦେଶ ବିଦେଶମାନସିକ ଚାପରେ ରହି କେନାଲକୁ ଡେଇଁପଡିଲେ ଶଳା-ଭିଣୋଇ

ମାନସିକ ଚାପରେ ରହି କେନାଲକୁ ଡେଇଁପଡିଲେ ଶଳା-ଭିଣୋଇ

ରାଜସ୍ଥାନ: ରାଜସ୍ଥାନର ହନୁମାନଗଡ ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଶଳା ଏବଂ ଭିଣୋଇ ହାତ ବନ୍ଧାବନ୍ଧି ହୋଇ କେନାଲକୁ ଡେଇଁ ପଡିଛନ୍ତି । ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । କେନାଲରେ ଦୁହିଁଙ୍କର ହାତବାନ୍ଧି ହୋଇଥିବା ମୃତଦେହ ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଦୁଇଜଣଙ୍କ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ଏହି ମାମଲାରେ ମୃତକଙ୍କ ପରିଜନ ୫ ଜଣ ଲୋକଙ୍କ ଉପରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ହନୁମାନଗଡ ଟାଉନ ପୋଲିସ ଷ୍ଟେସନ ଅଞ୍ଚଳର ଲାଖୁଆଲି ଗ୍ରାମରେ ଏହି ଘଟଣା ସାମ୍ନାକୁ ଆସିଛି । ଇନ୍ଦିରା ଗାନ୍ଧୀ କେନାଲରେ ଶଳା ଏବଂ ଭିଣୋଇଙ୍କ ମୃତଦେହ ହାତ ବାନ୍ଧି ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଟାଉନ୍ ପୋଲିସ୍ ଅଧିକାରୀ ଦୀନେଶ ସରନଙ୍କ ଅନୁଯାୟୀ, କିଶାନପୁରା ଦିଖନାଡାର ବାସିନ୍ଦା ବଳରାମ ଡିସେମ୍ବର ୧୯ ରୁ ତାଙ୍କ ଶଳା ମଙ୍ଗତୁରାମଙ୍କ ସହ ନିଖୋଜ ଥିଲେ । ବଳରାମଙ୍କ ଶଳା ମଙ୍ଗତୁରାମ ପଞ୍ଜାବର ବାସିନ୍ଦା ଥିଲେ । ଡିସେମ୍ବର ୧୯ ରେ ଉଭୟ ଘରୁ ବାହାରି ଯାଇଥିଲେ । ସେହି ଦିନ ସନ୍ଧ୍ୟାରେ ଲାଖୱାଲି ଗ୍ରାମ ନିକଟ ଇନ୍ଦିରା ଗାନ୍ଧୀ କେନାଲ କୂଳରେ ବଳରାମଙ୍କ ବାଇକ ଦେଖିବାକୁ ମିଳିଥିଲା । ବାଇକ୍ ନିକଟରେ ଦୁହିଁଙ୍କ ମୋବାଇଲ୍ ମିଳିଥିଲା । ତା’ ପରେ ତାଙ୍କୁ ଖୋଜାଖୋଜି କରାଯାଇଥିଲା । କିନ୍ତୁ ଉଭୟଙ୍କର କୌଣସି ସୂଚନା ମିଳିନଥିଲା । ହେଲେ ଶୁକ୍ରବାର ଇନ୍ଦିରା ଗାନ୍ଧୀ କେନାଲରେ ଉଭୟଙ୍କ ମୃତଦେହ ଏକାଠି ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ମୃତ୍ୟୁବରଣ କରିଥିବା ଦୁଇଜଣଙ୍କର ୨୧ ଲକ୍ଷ ଟଙ୍କା କିଛି ଲୋକ ଫେରସ୍ତ କରିନଥିବା ବଳରାମଙ୍କ ପୁଅ ଅଭିଯୋଗ କରିଛନ୍ତି । ବଳରାମଙ୍କ ପୁଅ ବିକ୍ରମଙ୍କ କହିବା ଅନୁଯାୟୀ ଗାଁର କିଛି ଲୋକ ତାଙ୍କ ପିତା ଏବଂ ମାତା ମାମୁଁଙ୍କ ଟଙ୍କା ଫେରସ୍ତ ନକରିବାରୁ ଏକ ପଞ୍ଚାୟତ ମଧ୍ୟ କରିଥିଲେ । ଏଥିରେ ଅଭିଯୁକ୍ତ ଟଙ୍କା ଫେରସ୍ତ କରିବାକୁ ମନା କରିଦେଇଥିଲେ । ଏହି କାରଣରୁ ତାଙ୍କ ପିତା ଏବଂ ମାତା ମାମୁଁ ମାନସିକ ଚାପରେ ଥିଲେ ଏବଂ ସେମାନେ କେନାଲକୁ ଡେଇଁ ଆତ୍ମହତ୍ୟା କରିଥିଲେ । ବିକ୍ରମ ଟାଉନ ଥାନାରେ ପାଞ୍ଚ ଜଣଙ୍କ ବିରୋଧରେ ଆତ୍ମହତ୍ୟା ମାମଲା ରୁଜୁ କରିଛନ୍ତି । ଏଥି ସହ ଏହା ଏକ ହତ୍ୟା ମଧ୍ୟ ହୋଇପାରେ ବୋଲି ଗ୍ରାମବାସୀ କହିଛନ୍ତି । ଏଭଳି ପରିସ୍ଥିତିରେ ଟାଉନ ପୋଲିସ ମଧ୍ୟ ହତ୍ୟାକାଣ୍ଡରୁ ଅନୁସନ୍ଧାନ କରିବା ଉଚିତ । ପାଞ୍ଚ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking