33.1 C
Bhubaneswar
Thursday, April 25, 2024
Homeଅପରାଧମିଛରେ ଫସାଇ ବାହା ହୋଇଗଲେ, ଡିଏନ୍‌ଏ ଟେଷ୍ଟରୁ ଜଣାପଡିଲା ଛୁଆ ଆଉ କାହାର....

ମିଛରେ ଫସାଇ ବାହା ହୋଇଗଲେ, ଡିଏନ୍‌ଏ ଟେଷ୍ଟରୁ ଜଣାପଡିଲା ଛୁଆ ଆଉ କାହାର….

କୋଲକାତା: ଲଭ୍ ସେକ୍ସ ଓ ପ୍ରତାରଣା ଅଭିଯୋଗରେ ୧୩ ବର୍ଷୀୟା ଅନ୍ତଃସତ୍ତ୍ୱା ନାବାଳିକାଙ୍କୁ ବିବାହ କରିଥିଲେ ଯୁବକ । କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁସାରେ ଯୁବକଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ଜୋରଜବରଦସ୍ତ ନାବାଳିକାଙ୍କୁ ବିବାହ କରିବାକୁ ପଡିଥିଲା । ଏବେ ବିବାହର ୫ ବର୍ଷ ପରେ ଯୁବକ ଜଣକ ନିର୍ଦ୍ଦୋଷ ଥିଲେ ଏବଂ ନାବାଳିକା ଜଣକ ତାଙ୍କ ପାଇଁ ଗର୍ଭବତୀ ହୋଇନଥିଲେ ବୋଲି ଜଣାପଡିଛି । ଡିଏନ୍‌ଏ ଟେଷ୍ଟ ପରେ ତାଙ୍କ ସ୍ତ୍ରୀ ଠାରୁ ଜନ୍ମିତ ଛୁଆର ସେ ବାପା ହୋଇନଥିବା ସ୍ପଷ୍ଟ ହୋଇଛି । ସମସ୍ତଙ୍କୁ ତାଜୁବ କଲାଭଳି ଏହି ଘଟଣା ପଶ୍ଚିମବଙ୍ଗର ମିଡନାପୁରରୁ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ୫ ବର୍ଷ ତଳେ ସ୍ଥାନୀୟ ଜଣେ ୧୩ ବର୍ଷୀୟା ନାବାଳିକା ଗର୍ଭବତୀ ଥିବା ଜଣାପଡିଥିଲା । ୨୨ ବର୍ଷୀୟ ପଡୋଶୀ ଯୁବକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ କରିଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଯୁବକ ଜଣକ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ମାତ୍ର ତାଙ୍କ କଥା କେହି ବିଶ୍ୱାସ କରିନଥିଲେ ।

ଶେଷରେ ଗାଁ ପଞ୍ଚାୟତରେ କଥା ପଡିଲା । ପଞ୍ଚାୟତର କଙ୍ଗାରୁ କୋର୍ଟରେ ନାବାଳିକା ସହ ବିବାହ କରିବାକୁ ଯୁବକଙ୍କୁ ବାଧ୍ୟ କରାଗଲା । ଶେଷରେ ଚାପରେ ପଡି ବିନା ଦୋଷରେ ଯୁବକ ତାଙ୍କୁ ବିବାହ କରି ନିଜର ସ୍ତ୍ରୀ ପରିଚୟ ଦେଇଥିଲେ । ଏହାପରେ ମିଥ୍ୟା ଅପବାଦ ମୁଣ୍ଡାଇଥିବା ଯୁବକ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ କୋର୍ଟରେ କେସ୍ କରିଥିଲେ । ୧୩ ବର୍ଷୀୟା ନାବାଳିକା ଜଣକ ଏବେ ୧୮ ବର୍ଷରେ ପହଞ୍ଚିଲେଣି । ତାଙ୍କର ଛୁଆ ମଧ୍ୟ ଜନ୍ମ ହୋଇଛି । ତେବେ ଏହି ଘଟଣାକୁ ୫ ବର୍ଷ ବିତିଥିବା ବେଳେ ଏବେ ପ୍ରକୃତ ସତ ସାମ୍ନାକୁ ଆସିଛି । ସେ ନାବାଳିକାଙ୍କୁ ପ୍ରତାରଣା କରିନଥିଲେ ବରଂ ନାବାଳିକା ତାଙ୍କୁ ମିଛରେ ଫସାଇ ବାହା ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନାବାଳିକାଙ୍କ ଠାରୁ ଜନ୍ମିତ ଛୁଆର ଡିଏନ୍‌ଏ ଟେଷ୍ଟରୁ ସେହି ଯୁବକ ଜଣକ ତା’ର ବାପା ହୋଇନଥିବା ସ୍ପଷ୍ଟ ହୋଇଛି । ଯୁବକଙ୍କୁ ମିଛ ଦୁଷ୍କର୍ମ ଅଭିଯୋଗରେ ଫସାଇବା ମାମଲାରେ କୋର୍ଟ ତାଙ୍କର ସ୍ତ୍ରୀ ଓ ଶାଶୁଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପିଲାର ପ୍ରକୃତ ବାପା କିଏ ତାହା ଖୋଜିବାକୁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking