29.1 C
Bhubaneswar
Wednesday, May 22, 2024
Homeଓଡିଶାମହିଳା ଡାକ କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ 

ମହିଳା ଡାକ କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ 

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକଘରେ ଯୌନ ଶୋଷଣର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଜନୈକା ମହିଳା କର୍ମଚାରୀ । ଏନେଇ ସଂପୃକ୍ତା ମହିଳା କର୍ମଚାରୀଙ୍କ ପକ୍ଷରୁ ମହିଳା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପିଡୀତା ମହିଳାଙ୍କ ଅଭିଯୋଗକୁ ଆଧାର କରି ମହିଳା ଥାନା ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ମହିଳା ଥାନା ପୋଲିସ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକଘରକୁ ଯାଇ ତଦନ୍ତ ପୂର୍ବକ ଡାକ ବିଭାଗର କର୍ମଚାରୀମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହିତ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଛି । ତେବେ ମହିଳା କର୍ମଚାରୀ ଜଣକ ସବ୍‌ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ବରିଷ୍ଠ ସହକାରୀ ନିର୍ଦ୍ଦେଶକଙ୍କ ଦ୍ୱାରା ସେ ଯୌନ ଶୋଷଣର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ୨୦୨୦ ମସିହା ଜୁନ୍ ୨୮ ତାରିଖରେ ସମ୍ବଲପୁର ମୁଖ୍ୟ ଡାକଘରକୁ ବଦଳି ହୋଇ ଏଠାରେ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ବିଭିନ୍ନ ସମୟରେ ବରିଷ୍ଠ ଅଧିକାରୀ ଜଣକ ବାହାନା କରି ତାଙ୍କୁ ନିକଟକୁ ଡାକି ବା ନିଜେ ତାଙ୍କ ନିକଟକୁ ଆସି ଅଶ୍ଳୀଳ ଇଙ୍ଗିତ କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ସ୍ପର୍ଶ କରୁଥିବା ଏପରିକି ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ମଧ୍ୟ ସ୍ପର୍ଶ କରିବାକୁ ଉଦ୍ୟମ କରନ୍ତି ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅନେକ ସମୟରେ ବରିଷ୍ଠ ଅଧିକାରୀ ଜଣକ ଗାଡ଼ିରେ ଯିବାକୁ ଡାକି ଖରାପ ଉଦ୍ଦେଶ୍ୟ ରଖି ତାଙ୍କ ସମ୍ବେଦନଶୀଳ ଅଙ୍ଗ ସହ ଅନ୍ୟାନ୍ୟ ସ୍ଥାନକୁ ସ୍ପର୍ଶ କରିବାକୁ ପ୍ରୟାସ କରିବା ଓ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିଥାଆନ୍ତି ବୋଲି ପିଡୀତା ମହିଳା ଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking