22.1 C
Bhubaneswar
Wednesday, January 22, 2025
Homeଅପରାଧସେକ୍ସ ରାକେଟ ଠାବ ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

ସେକ୍ସ ରାକେଟ ଠାବ ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

କଟକ: ବାଙ୍କୀ ବୈଦେଶ୍ୱର ଥାନା କଳାପଥର ଅଞ୍ଚଳରେ ସେକ୍ସ ରାକେଟ ଠାବ ଘଟଣା। ସେକ୍ସ ରାକେଟ କରୁଥିବା ମୁଖ୍ୟ ମାଷ୍ଟର ମାଇଣ୍ଡ ଗିରଫ। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈଦେଶ୍ୱର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ସୁକୁଣ୍ଡା ଅଞ୍ଚଳର ପ୍ରଶାନ୍ତ କୁମାର ଗୌଡ଼ । ପ୍ରଶାନ୍ତ ଗୌଡ଼ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଆନ୍ଦ୍ରା ଅଞ୍ଚଳରୁ ଯୁବତୀ ଆଣି ସେକ୍ସ ରାକେଟ ଚଳାଉଥିବା ପୋଲିସ ସୂଚନା ଦେଇଛି । ସୂଚନା ମୁତାବକ , ଗତ ୨ ତାରିଖ ରାତିରେ କଳାପଥର ଅଞ୍ଚଳରେ ଥିବା ଏକ ଘରେ ସେକ୍ସ ରାକେଟ ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ଉକ୍ତ ଘର ଉପରେ ବୈଦେଶ୍ୱର ପୋଲିସ ଗ୍ରାହକ ବେଶରେ ଯାଇ ଚଢ଼ାଉ କରିଥିଲା। ଚଢ଼ାଉ କରି ଦୁଇଜଣ ଯୁବତୀଙ୍କୁ ଉଦ୍ଧାର ସହିତ ଦୁଇ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ତେବେ ଆଜି ଅଭିଯୁକ୍ତ ମାଷ୍ଟର ମାଇଣ୍ଡ କୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking