28.1 C
Bhubaneswar
Friday, March 29, 2024
Homeଓଡିଶାଚିକିତ୍ସା ଅବହେଳାରୁ ସାତ ବର୍ଷ ଝିଅର ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ସାତ ବର୍ଷ ଝିଅର ମୃତ୍ୟୁ ଅଭିଯୋଗ

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ୭ ବର୍ଷର ଝିଅର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସ୍ଥାୟୀ ଡାକ୍ତର ନିଯୁକ୍ତି, ସରକାରୀ ଆମ୍ବୁଲାନ୍ସ ଚାଳକ ଓ ଫାର୍ମାସିଷ୍ଟଙ୍କ ବଦଳି, ଅଭିଜ୍ଞ ନର୍ସ ନିଯୁକ୍ତି ଦାବି କରିଛି ବିଜେପି ଯୁବମୋର୍ଚ୍ଚା । ଆଜି ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଶୋଭାଯାତ୍ରା, ଗଣଧାରଣା ସହ ସ୍ୱାସ୍ଥ୍ୟ କେନ୍ଦ୍ର ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କବିସୂର୍ଯ୍ୟନଗର ଡାକ୍ତରଖାନାରେ ଗତ ଏପ୍ରିଲ ୨୭ ତାରିଖରେ ଚିକିତ୍ସା ଅବହେଳାରୁ ପାର୍ବତୀ ନାହାକ (୭)ଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ଝିଅକୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ମାତ୍ରାଧିକ ଔଷଧ ଦେବାହେତୁ ଜୀବନ ଚାଲିଯାଇଥିବା ନେଇ ମୃତକଙ୍କ ବାପା ନବୀନ ନାହାକ ଓ ମାଆ ଜାନକୀ ନାହାକ ଅଭିଯୋଗ କରିଥିଲେ । ମୃତ୍ୟୁପରେ ଝିଅର ଶବ ବ୍ୟବଚ୍ଛେଦ ନ ହେବା ଓ ପୁଲିସ ଅଭିଯୋଗ ଗ୍ରହଣ କରିନଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଆଜି ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଗଣଧାରଣା ହୋଇଥିଲା । ବିଜେପି କର୍ମୀ ଓ ଜନସାଧାରଣ ଆଇବି ଛକଠାରୁ ବିଶାଳ ଶୋଭାଯାତ୍ରାରେ ଆସି ମେଡିକାଲରେ ପହଞ୍ôଚଥିଲେ । ମେଡିକାଲ ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଅନିତା ସୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ଯୁବ ନେତା ଶ୍ୱେତ ଦୋରା, ଇ. ମାହେଶ୍ୱରୀ ଦୋରା, ବିଶ୍ୱଜିତ ମହାପାତ୍ର, ରାମପ୍ରସାଦ ମହାରଣା, ଶିବରାମ ପଣ୍ଡା, ଯୁବ ମୋର୍ଚ୍ଚା ସମ୍ପାଦକ କାହ୍ନା ନାୟକଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀ ପ୍ରମୁଖ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଆଇଆଇସି ପ୍ରଭାତ କୁମାର ସାହୁଙ୍କ ସମେତ ବହୁ ପୁଲିସ ଅଫିସର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking