27.1 C
Bhubaneswar
Thursday, April 25, 2024
Homeଅପରାଧସ୍ତ୍ରୀ ଦେହରେ କିରାସିନି ଢାଳି ହତ୍ୟା ଉଦ୍ୟମ, ଅଭିଯୁକ୍ତ ସ୍ୱାମୀ ଗିରଫ

ସ୍ତ୍ରୀ ଦେହରେ କିରାସିନି ଢାଳି ହତ୍ୟା ଉଦ୍ୟମ, ଅଭିଯୁକ୍ତ ସ୍ୱାମୀ ଗିରଫ

ବ୍ରହ୍ମପୁର :ସ୍ତ୍ରୀ ‘ଙ୍କ ଦେହରେ କିରାସିନି ଢାଳି ହତ୍ୟା ଉଦ୍ୟମ କରୁଥିବା ଅଭିଯୋଗରେ ଅଭିଯୁକ୍ତ ଆଜି ସ୍ୱାମୀଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଲାଞ୍ଜିପଲି ମଠ ସାହିର ଏ.ହାଡୁ ପାତ୍ର(୩୩)ଙ୍କୁ କୋର୍ଟ ଚାଲାଣ କରାଯାଇଛି । ପରେ କୋର୍ଟ ନିର୍ଦ୍ଦେଶରେ ଅଭିଯୁକ୍ତ ହାଡ଼ୁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି । ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ଅଭିଯୁକ୍ତ ହାଡୁ ପାତ୍ର ପି. ମହାଲକ୍ଷ୍ମୀଙ୍କୁ ବିବାହ କରିଥିଲେ । ଏହାର ଦୁଇ ବର୍ଷ ପରେ ସ୍ତ୍ରୀ ଲକ୍ଷ୍ମୀଙ୍କ ଚରିତ୍ର ଉପରେ ହାଡୁ ସନ୍ଧେହ କରିବା ସହ ବିଭିନ୍ନ ସମୟରେ ସ୍ୱାମୀ ଓ ଶାଶୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଶେଷରେ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ସ୍ୱାମୀ ହାଡୁ ନିଷ୍ପତି କରିଥିଲେ ।

ଗତ ୧୦ ତାରିଖ ରାତ୍ର ଲଷ୍ମୀ ବିଶ୍ରାମ ନେଉଥିବା ସମୟରେ ତାଙ୍କ ସ୍ୱାମୀ ହାଡୁ ଓ ମା ଉଭୟେ ମିଶି ଲଷ୍ମୀଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ପରେ ଲଷ୍ମୀ ଛଟପଟ ହେବା ସହ ଚିତ୍କାର କରି ଉଠିଥିଲେ । ସାହି ଲୋକ ହାଡୁଙ୍କ ଘର ସମ୍ମୁଖରେ ଜମା ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଏହା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ସେ ଏବେ ବି ଠାରେ ଚିକିତ୍ସିତ ହେଉଥିବା ପୁଲିସ କହିଛି । ଅନ୍ୟପକ୍ଷରେ ଅଭିଯୋଗ ପରେ ପୁଲିସ ଅଭିଯୁଙ୍କ ହାଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଏହି ଘଟଣାର ତଦନ୍ତ ଜାରି ରଖିଥିବା ବୈଦ୍ୟନାଥପୁର ଥାନା ପୁର ଥାନାଧିକାରୀ ରାମ କୁମାର ମୁର୍ମୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking