ହିନ୍ଦୋଳ: ବନ୍ଧା ହେଲେ ବରିଷ୍ଠ କିରାଣୀ । ସବ ଟ୍ରେଜେରୀର ବରିଷ୍ଠ କିରାଣୀ ମନୋରଞ୍ଜନ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ପ୍ରାୟ ୬୮ ଲକ୍ଷ ୮୫ ହଜାର ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।ଲୋକଙ୍କର ପେନସନ ଟଙ୍କା ହଡପ କରିନେଇଥିଲେ । ଲୋକଙ୍କର ଲକ୍ଷଲକ୍ଷ ଟଙ୍କା ନିଜ ଆକାଉଣ୍ଟରୁ ନିଜ ସଂପର୍କୀୟଙ୍କ ଆକାଉଣ୍ଟସକୁ ଟ୍ରାନ୍ସଫର କରିଥିବା ଅଭିଯୋଗ ଥିଲା । ସେ ଗତ ଦୁଇ ବର୍ଷ ହେଲା ଫେରାର ଥିଲେ ହେଲେ, ଶୁକ୍ରବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରଛି ।କଟକ ଭିଜିଲାନ୍ସ ପକ୍ଷରୁ ମନୋରଞ୍ଜନ ସାହୁଙ୍କ ନାଁରେ ମାମଲା ରୁଜୁ କରାଯାଇ ଗିରଫ ପରେ ତାଙ୍କୁ ଢେଙ୍କାନାଳ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଛି । ପୁରା ତଦନ୍ତ ଜାରି କରାଯାଇଛି ।










