ଯାଜପୁର: ଯାଜପୁର ଜିଲ୍ଲାରରେ ନିଶା ବେପାରୀମାନେ ବିଭିନ୍ନ ସ୍ଥାନରେ ନିଶା ଦ୍ରବ୍ୟ ବିକ୍ରି କରୁଛନ୍ତି । ଭାଙ୍ଗ ଘରରେ ମହିଳା ଓ ବାଳକ ବାଳିକାମାନଙ୍କ ଦ୍ୱାର ଧଳା ଜହର, ଗଞ୍ଜେଇ ଓ ମଦ କାରବାର କରି ଅବକାରୀ ବିଭାଗ ପୋଲିସକୁ ଚକମା ଦେଖାଇ ରାଜ ଚଳାଇ ଛନ୍ତି । ଜିଲ୍ଲାରେ ବେଆଇନ ମଦ କାରବାର ଚାଲିଛି । ଛତିଆ ଯାଜପୁର ରୋଡ ପାଣିକୋଇଲି ଯାଜପୁର କୁଆଖିଆ ଓ ଧର୍ମଶାଳା ଅଞ୍ଚଳରେ ନିଶା ବେପାରୀମାନଙ୍କ ରାଜ ଚାଲିଛି । ଧଳା ଜହର ବିଶେଷ ପରିମାଣରେ ଯୁବଗୋଷ୍ଠୀ ଉପରେ ପ୍ରଭାବ ପଡୁଛି । ଅବକାରୀ ବିଭାଗର ସ୍ଥାଣୁତା ଯୋଗୁ ନିଶା ଦ୍ରବ୍ୟ କାରବାର ବୃଦ୍ଧି ପାଉଛି । ଧର୍ମଶାଳା ଅଞ୍ଚଳରୁ ଧଳା ଜହର ବେପାରୀ ମାନଙ୍କୁପୋଲିସ ଧରିବାରେ ସକ୍ଷମ ହୋଇ ଥିଲାବେଳ ଅବକାରୀ ବିଭାଗ ହାତ ଖାଲି ହୋଇ ବସିଛି ।
ଯାଜପୁର ଏସପିଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସ ମିଳିତ ଉଦ୍ୟମରେ ଚଢ଼ାଉ କରି ୧୭ଗ୍ରାମରୁ ଉର୍ଦ୍ଧ୍ୱ ଧଳା ଜହର ଜବତ କରିବା ସଂଗେ ୪ଜଣଙ୍କୁ ଗିରଫ କରିବକ୍ଷର ସକ୍ଷମ ହୋଇଛି । ଧର୍ମଶାଳା ଥାନା ଦେଉଳି ପାହାଡ଼ ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବା ବିଶେଷ ସୁତରୁ ଖବର ପାଇ ଏସପି ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡକୁ ନିର୍ଦେଶ ଦେଇ ଥିଲେ କ୍ଷ ସ୍ପେସିଆଲ ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସ ଚଢ଼ାଉ କରି ୪ଜଣ ଯୁବକକୁ ପୋଲିସ ଉଠାଇ ଆଣିବା ସହ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା । ଏହି ସମୟରେ ସେମାନଙ୍କ ନିକଟରୁ ୧୭ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ କରାଯାଇଛି । ଏଥିସହ ଗୋଟିଏ ବାଇକ, ୫ଟି ମୋବାଇଲ ଜବତ କରିଛି କ୍ଷ ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଥାନା ବଡ଼ପୋଖରୀ ଅଞ୍ଚଳର ବାପି ମଲିକ, ଧୁଷୁରୀ ଅଂଚଳର ଫକିର ଜେନା, ବରପଦା ଅଂଚଳର ଲମ୍ବୁ ମୁଣ୍ଡା ଓ ଧର୍ମଶାଳା ଥାନା ଜାରକା ଅଞ୍ଚଳର ଅରୁପଲାଲ ଦତ୍ତ । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣକରା ଯାଇଛି ।