29.1 C
Bhubaneswar
Saturday, May 9, 2026
Homeଦେଶ ବିଦେଶଭାରତରେ ଚିହ୍ନଟ ହେଲେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ

ଭାରତରେ ଚିହ୍ନଟ ହେଲେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହୋଇଛନ୍ତି ଦ୍ୱିତୀୟ ମଙ୍କିପକ୍ସ ବା ଏମ୍‌ପକ୍ସ ଆକ୍ରାନ୍ତ। ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଗତ ୯ ତାରିଖରେ ଚିହ୍ନଟ ହୋଇଥିବା ବେଳେ ତା’ର ୯ ଦିନ ପରେ ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶର ଦ୍ୱିତୀୟ ମଙ୍କିପକ୍ସ ମାମଲାଟି କେରଳରୁ ଆସିଛି। ଆଜି କେରଳ ସରକାର ଏ ନେଇ ସ୍ପଷ୍ଟ କରିଛନ୍ତି।

କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ଜଣେ ୩୮ ବର୍ଷୀୟ ଯୁବକ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଘର ମାଲାପ୍ପୁରମରେ। ସେ ୟୁଏଇରୁ ଫେରିବା ପରେ ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏକାନ୍ତବାସରେ ଅଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ପ୍ରକାର ମେଡିକାଲ ପ୍ରୋଟୋକଲରେ ତାଙ୍କ ଚିକିତ୍ସା ଚାଲିଛି।

ରାଜ୍ୟରେ କୌଣସି ବ୍ୟକ୍ତି ନିଜ ଶରୀରରେ ମଙ୍କିପକ୍ସର ଲକ୍ଷଣ ସନ୍ଦେହ କଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଦେଶରେ ମଙ୍କିପକ୍ସର ପ୍ରଥମ ମାମଲା ଆସିଥିଲା ଦିଲ୍ଲୀରୁ। ଗତ ୯ ତାରିଖରେ ସେ ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଥିଲେ। ସେ ପଶ୍ଚିମ ଆଫ୍ରିକାରୁ ଫେରିବା ପରେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କଠାରେ ଲକ୍ଷଣ ଦେଖାଯିବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ପରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking