30.1 C
Bhubaneswar
Thursday, May 9, 2024
Homeଅପରାଧସ୍କୁଲ ଡ୍ରାଇଭରର ନାରକୀୟ କାଣ୍ଡ; ଦୁଇ କୋମଳମତି ଶିଶୁଙ୍କ ସହ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ...

ସ୍କୁଲ ଡ୍ରାଇଭରର ନାରକୀୟ କାଣ୍ଡ; ଦୁଇ କୋମଳମତି ଶିଶୁଙ୍କ ସହ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ପାଟନା: ସ୍କୁଲ ଡ୍ରାଇଭରର ନାରକୀୟ କାଣ୍ଡ । ମାନବିକତାର ସୀମାପାର କଲା ଅଭିଯୁକ୍ତ । ଦୁଇ କୋମଳମତି ଶିଶୁଙ୍କ ସହ କଲା ଦୁଷ୍କର୍ମ । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ବିହାର ବେଗୁସରାଇ ଜିଲ୍ଲାର ବୀରପୁର ପୋଲିସ ଥାନା ଅଞ୍ଚଳରେ । ଅଭିଯୁକ୍ତ ସ୍କୁଲ ଡ୍ରାଇଭର ୨ ନାବିଳିକା ଶିଶୁଙ୍କୁ ସ୍କୁଲରୁ ଘରକୁ ଆଣିବା ସମୟରେ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ଅଭିଯୋଗ ଅଧାରରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ବୀରପୁର ପୋଲିସ ଥାନା ଅଞ୍ଚଳର ଜଣେ ସ୍କୁଲ ଡ୍ରାଇଭର ଦୁଇ ଜଣ କୁନି ପିଲାଙ୍କୁ ଘରକୁ ଛାଡିବା ପାଇଁ ସ୍କୁଲଗାଡିରେ ସେ ଅସୁଥିଲା । ଏହାରି ସେ ଏକି ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ସହ ଅଭିଯୋଗ ଭିଡିଓ ମଧ୍ୟ ରେକର୍ଡ କରିଥିଲା । ଏହା ପରେ ଉଭୟଙ୍କୁ ଆଣି ଘରେ ଛାଡି ଦେଇଥିଲା । ଏହା ପରେ ପରିବାର ଲୋକେ ଦୁଇ ଶିଶୁଙ୍କ ଅବସ୍ଥା ଦେଖି ପଚରାଉଚରା କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ଏହି ସମୟରେ ଅଭଯୁକ୍ତ ଜଣକ ଖସିଯିବାକୁ ଚେଷ୍ଟା କରିଥିଲା, କିନ୍ତୁ ପରିବାର ଲୋକେ ତାକୁ ଧରିବାରେ ସକ୍ଷମ ହୋଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ବୀରପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ଉଭୟ ପୀଡ଼ିତା ଶିଶୁଙ୍କ ଘର ପାଖାପାଖି ହୋଇଥିବା ବେଳେ ଉଭୟଙ୍କ ବୟସ ୫ ବର୍ଷ ହୋବ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଡ୍ରାଇଭର ଜଣକ ମୋଫୁସିଲ ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ଅଭିଯୁକ୍ତ ଗତ ୩ ବର୍ଷ ଧରି ସ୍କୁଲରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା । ଏହି ମାମଲାରେ ସଦର ଡିଏସ୍ପି ଅମିତ କୁମାର କହିଛନ୍ତି ,”ଗତ ମଙ୍ଗଳବାର ଦିନ ସନ୍ଧ୍ୟା ୭ଟାରେ ବୀରପୁର ପୋଲିସ ଏହି ଘଟଣା ସମ୍ପର୍କରେ ଖବର ପାଇଥିଲା । ପୋଲିସ ଏହାର ତଦନ୍ତ ଜାରି ରଖିଛି ଓ ପୋକ୍ସୋ ଆକ୍ଟ ଅନୁଯାୟୀ ପ୍ରାଥମିକ ଅନୁସନ୍ଧାନ କରାଯାଉଛି ଓ ପ୍ରମାଣ ସଂଗ୍ରହ କରାଯାଉଥିବା କହିଛି । ଉଭୟଙ୍କୁ ବେଗୁସରାଇ ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking