33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଲୋନ୍ ମୋରିଟୋରିୟମ ଅବଧି ବୃଦ୍ଧି କରିବାକୁ ମନା କଲେ ସୁପ୍ରିମକୋର୍ଟ

ଲୋନ୍ ମୋରିଟୋରିୟମ ଅବଧି ବୃଦ୍ଧି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଲୋନ ମୋରିଟୋରିୟମ ଅବଧି ବୃଦ୍ଧି କରିବା ନେଇ ମନା କରିଦେଇଛନ୍ତି । ଏହି ମାମଲାରେ ମଙ୍ଗଳବାର ଅର୍ଥାତ ଆଜି ନିଜ ଫଇସଲାରେ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ସରକାର ଆର୍ଥିକ ଫଇସଲା ନେବା ପାଇଁ ସ୍ୱତନ୍ତ୍ର । କରୋନା ମହାମାରୀ ପାଇଁ ଆର୍ଥିକ କ୍ଷତି ସହିବାକୁ ପଡିଛି । ଏମିତିରେ ଆମେ ସରକାରଙ୍କ ପଲିସିରେ ହସ୍ତକ୍ଷେପ କରିପାରିବୁ ନାହିଁ । କୋର୍ଟ କହିଥିଲେ, ୩୧ ଅଗଷ୍ଟ ପରେ ଲୋନ ମୋରିଟୋରିୟମ ଅବଧି ବୃଦ୍ଧି କରାଯିବ ନାହିଁ । ଏହି ଫଇସଲା ଜଷ୍ଟିସ ଅଶୋର ଭୂଷଣ, ସୁଭାଷ ରେଡ୍ଡୀ ଓ ଏମଆର ଶାହଙ୍କ ବେଂଚ ଶୁଣାଇଛନ୍ତି ।
ଏହାସହିତ ସୁପ୍ରିମକୋର୍ଟଙ୍କ ଦ୍ୱାରା ଉଦ୍ୟୋଗକୁ ଭିନ୍ନ ଭାବେ ଆଶ୍ୱସ୍ତି ଦେବା ପାଇଁ ବି ମନା କରିଛନ୍ତି । କୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ସରକାର କ୍ଷୁଦ୍ର କରଜଧାରୀଙ୍କ ଚକ୍ରବୃଦ୍ଧି ସୁଧ ପୂର୍ବରୁ ଛାଡ କରିସାରିଛନ୍ତି । ଏମିତିରେ ଅଦାଲତ ଦ୍ୱାରା ଏହାଠୁ ଅଧିକ ଆଶ୍ୱସ୍ତି ଦିଆଯାଇପାରିବ ନାହିଁ । ଆମେ ସରକାରଙ୍କ ଆର୍ଥିକ ପରାମର୍ଶଦାତା ନୁହେଁ ବୋଲି କୋର୍ଟ କହିଛନ୍ତି । କରୋନା ମହାମାରୀ ପାଇଁ କମ୍ପାନୀଙ୍କ କ୍ଷତି ହୋଇଛି । ସରକାର ବି ଅନେକ କ୍ଷତି ସହିଛନ୍ତି । ଏଥିପାଇଁ ସୁଧ ସଂପୂର୍ଣ୍ଣ ଭାବରେ ଛାଡ କରାଯାଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking