29.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗପେଟ୍ରୋଲ ଓ ଡିଜେଲ କିଣିଲେ ମିଳିବ ରିୱାର୍ଡସ ପଏଣ୍ଟ, ପଢନ୍ତୁ ପୂରା ଖବର

ପେଟ୍ରୋଲ ଓ ଡିଜେଲ କିଣିଲେ ମିଳିବ ରିୱାର୍ଡସ ପଏଣ୍ଟ, ପଢନ୍ତୁ ପୂରା ଖବର

ନୂଆଦିଲ୍ଲୀ: ଦେଶର ସବୁଠୁ ଇଙ୍ଗ ବ୍ୟାଙ୍କ ଭାରତୀୟ ଷ୍ଟଚ ବ୍ୟାଙ୍କ ଇନ୍ଧନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ସହିତ ମିଳିତ ଭାବରେ କୋ ବ୍ରାଣ୍ଡେଡ ରୁପେ କାର୍ଡ ଲଂଚ କରିଛି । ସାରା ଦେଶରେ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଏହି କାର୍ଡରେ ୨୦୦ ଟଙ୍କା ପେଟ୍ରୋଲ ପକାଇଲେ ଗ୍ରାହକଙ୍କୁ ୬ ଗୁଣ ରିୱାର୍ଡସ ପଏଣ୍ଟ ମିଳିବ ।
ଏହି କାର୍ଡ ହେଉଛି କନେକ୍ଟଲେସ ଡେବିଟ କାର୍ଡ । ଅର୍ଥାତ ସ୍ୱାଇପ ନକରି ଗ୍ରାହକ ପେମେଣ୍ଟ କରିପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ, ୫ ହଜାର ପର୍ଯ୍ୟନ୍ତ ପେମେଣ୍ଟ ପିଓଏସ ମେସିନରେ ଟାପ୍ କରି କରିପାରିବେ । ଖାଲି ଏତିକି ନୁହେଁ, ବରଂ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ ଇତ୍ୟାଦି ପକାଇଲେ ଗ୍ରାହକଙ୍କୁ ୦.୭୫ ପ୍ରତିଶତ ଲୟାଲ୍ଟି ପଏଣ୍ଟ ମଧ୍ୟ ମିଳିବ । ଅର୍ଥାତ ଗ୍ରାହକ ଯେତେ ମାତ୍ରାରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବେ ସେମାନଙ୍କୁ ସେତିକି ରିୱାର୍ଡସ ପଏଣ୍ଟ ଓ ଲୟାଲ୍ଟି ପଏଣ୍ଟ ମିଳିବ । ଏହାକୁ ବାଦ୍ ଦେଲେ ରେସ୍ତୋରାଁରେ ଖାଇବା, ସଉଦାପତ୍ର କିଣିଲେ. ଫିଲ୍ମ ଟିକଟ କରିବା ସମୟରେ ଓ ବିଲ ପେମେଣ୍ଟ ସମୟରେ ବି ରିୱାର୍ଡସ ପଏଣ୍ଟ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking