ନୂଆଦିଲ୍ଲୀ: ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଭାରତରେ ସବୁଠୁ ଲୋକପ୍ରିୟ ନିବେଶ ମଧ୍ୟରୁ ଗୋଟିଏ । ପିପିଏଫରେ ୧୫ ବର୍ଷ କାର୍ଯ୍ୟକାଳ ପାଇଁ ନିବେଶ ଆପଣ କରିପାରନ୍ତି । ଜମା ଖାତା ଚାଲୁ ରଖିବା ପାଇଁ ସେମାନଙ୍କୁ ଆର୍ଥିକ ବର୍ଷରେ ନୂନ୍ୟତମ ୫୦୦ ଟଙ୍କା ଜମା କରିବାକୁ ପଡିଥାଏ । ଠିକ ସମୟରେ ଜମା କରିବା ଫଳରେ ଖାତା ଇନଆକ୍ଟିଭ ହୋଇଯାଏ । କେନ୍ଦ୍ର ସରକାରଙ୍କ ଯୋଜନା ହେତୁ ସେଥିରେ ନିଶ୍ଚିତ ଭାବରେ ରିଟର୍ଣ୍ଣ ମିଳିଥାଏ । ଯାହାକି ଅନ୍ୟ କମ୍ ବିପଦପୂର୍ଣ୍ଣ ଉତ୍ପାଦଗୁଡିକ ରିଟର୍ଣ୍ଣ ଅପେକ୍ଷା ଅଧିକ । ପିପିଏଫରେ ଜଣେ ନିବେଶକ ତାଙ୍କ ଆକାଉଣ୍ଟରେ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ । ଯଦି କୌଣସି ବ୍ୟକ୍ତିଙ୍କ ପିପିଏଫ ଆକାଉଣ୍ଟ ଇନଆକ୍ଟିଭ ହୋଇଯାଇଛି, ତେବେ ସେ ଏହାକୁ ପୁଣି ଚାଲୁ କରିପାରିବେ ।
ପ୍ରତ୍ୟେକ ଆର୍ଥିକ ବର୍ଷରେ ସର୍ବନିମ୍ନ ୫୦୦ ଟଙ୍କା ଜମା ନକଲେ ପିପିଏଫ ଆକାଉଣ୍ଟକୁ ନିଷ୍କ୍ରିୟ ବୋଲି ଧରାଯାଏ । ଇନଆକ୍ଟିଭ ହୋଇଯାଇଥିବା ପିପିଏଫ ଆକାଉଣ୍ଟକୁ ପୁଣି ଆରମ୍ଭ କରିବା ପାଇଁ ଆକାଉଣ୍ଟଧାରୀଙ୍କୁ ସେହି ବ୍ୟାଙ୍କ କିମ୍ବା ଡାକଘର ଶାଖାରେ ଏକ ଲିଖିତ ଅନୁରୋଧ ପତ୍ର ଦେବାକୁ ପଡିବ, ଯେଉଁଠି ଆପଣ ଖାତା ଖୋଲିଥିବେ । ଖାତାର ୧୫ ବର୍ଷ ଅବଧି ମଧ୍ୟରେ ଯେ କୌଣସି ସମୟରେ ଆବେଦନ କରାଯାଇପାରିବ । ଖାତା ଇନଆକ୍ଟିଭ ହେବା ପରେ ନିବେଶକଙ୍କୁ ୫୦୦ ଟଙ୍କା ଜମା କରିବାକୁ ପଡିବ । ଏହାସହ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ୫୦ ଟଙ୍କା ଜରିମାନ ଦେବାକୁ ପଡିବ । ଆବେଦନ ସହିତ ଚେକକୁ ବ୍ୟାଙ୍କ ଶାଖାରେ ଜମା କରିବାକୁ ପଡିବ । ଆବେଦନ ଦାଖଲ କରିବା ପରେ ବ୍ୟାଙ୍କ କିମ୍ବା ଡାକଘର ଏହା ଯାଂଚ କରିବେ ଯେ, ୧୫ ବର୍ଷର ଅବଧି ଶେଷ ହୋଇଛି କି ନାହିଁ । ଯାଂଚ ଶେଷ ହେବା ପରେ ଆପଣଙ୍କ ପିପିଏଫ ଖାତା ପୁଣି ଚାଲୁ ହୋଇପାରିବ ।