26.1 C
Bhubaneswar
Friday, March 29, 2024
Homeଓଡିଶାଯାଜପୁର ଜିଲ୍ଲା ମାଧ୍ୟମିକ ବିଜ୍ଞାନ ଶିକ୍ଷକ ସଂଘ ବୈଠକ

ଯାଜପୁର ଜିଲ୍ଲା ମାଧ୍ୟମିକ ବିଜ୍ଞାନ ଶିକ୍ଷକ ସଂଘ ବୈଠକ

ଯାଜପୁର (ଓଏନଏ) ଗୁରୁବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ଜିଲ୍ଲା ସ୍କୁଲ ଠାରେ ଜିଲ୍ଲା ସଂଘ ର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ମାଗୁଣି ଚରଣ ପୃଷ୍ଟି ଙ୍କ ସଭାପତିତ୍ବରେ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀ ରେ ୧୦ଗୋଟି ବ୍ଲକ୍ ର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।ସଂଘ ର ସମ୍ପାଦକ ପ୍ରତାପ କୁମାର ପହି ସଂପାଦକୀୟ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ  ଅମିୟ ତ୍ରିପାଠୀ ପାଞ୍ଚ ବର୍ଷ ର ଆୟ ବ୍ୟୟ ହିସାବ ପ୍ରଦାନ କରିଥିଲେ।ଉପଦେଷ୍ଟା ମଣ୍ଡଳୀ ସଭ୍ୟ  ସନ୍ତୋଷ କୁମାର ବିଶ୍ବାଳ, ସୋଭାଗ୍ୟ କୁମାର ନାୟକ, ଅଜୟ କୁମାର ପଣ୍ଡା,ଶ୍ରୀ ପ୍ରଦୀପ କୁମାର ମିଶ୍ର, ମିହିର ରଞ୍ଜନ ନାୟକ, ନିରଞ୍ଜନ ସାମଲ,  ତୁଷାରକାନ୍ତି ମିଶ୍ର , ଯୁଗପ୍ରଭ ସାବତ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ  ବିଷ୍ଣୁ ଚରଣ ପଣ୍ଡା ପ୍ରମୁଖ ଯୋଗ ଦେଇ ସଂପାଦକୀୟ ବିବରଣୀ ଓ ଆୟବ୍ୟୟ ର ସମୀକ୍ଷା କରିଥିଲେ।ଶେଷରେ ସଭାପତି  ପୃଷ୍ଟି ସଭାର ପ୍ରଥମ ପର୍ଯ୍ୟାୟ ରେ ଚଳିତ ଜିଲ୍ଲା ସ୍ତରୀୟ କମିଟି ଭଙ୍ଗ ଘୋଷଣା କରି ସଭା ସାଙ୍ଗ କଲାପରେ ଦ୍ଵିତୀୟ ପର୍ଯ୍ୟାୟ ସଭା ଆରମ୍ଭ ହୋଇଥିଲା। ଏଥିରେ  ସନ୍ତୋଷ କୁମାର ବିଶ୍ବାଳ ସଭାପତିତ୍ବ କରି ସାମ୍ବିଧାନିକ ସଭାକୁ ପରିଚାଳନା କରିଥିଲେ।ଜିଲ୍ଲା ପାଇଁ  ମାଗୁଣି ଚରଣ ପୃଷ୍ଟି ସଭାପତି, ରମେଶ ଚନ୍ଦ୍ର ଓଝା,ଚିନ୍ମୟ ଧଲ୍,ଶିବଶଙ୍କର ଜେନା ଓ ଜଗନ୍ନାଥ ବେହେରା ଉପସଭାପତି, ପ୍ରତାପ କୁମାର ପହି ସମ୍ପାଦକ, ଗିରିଧାରୀ ପଣ୍ଡା, ଜିତେନ୍ଦ୍ର କୁମାର ଓଝା, ପ୍ରଭାକର ସାହୁ ଓ  ଅଜୟ କୁମାର ଓଝା ସହ ସମ୍ପାଦକ, ଅମିୟ କୁମାର ତ୍ରିପାଠୀ କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ।ଅନ୍ୟ ଶିକ୍ଷକ ମାନଙ୍କୁ ନେଇ ସାଙ୍ଗଠନିକ କମିଟି, ଅର୍ଥ କମିଟି ଓ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି।ଶେଷରେ ନୁରନ୍ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ମାନଙ୍କୁ ଶପଥ ପଠା କରାଯାଇଥିଲା। ସର୍ବଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ସୋନାଲି ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking