33.1 C
Bhubaneswar
Saturday, April 27, 2024
Homeଅପରାଧସୈତାନର ନାରକୀୟ କାଣ୍ଡ; ଟଙ୍କା ପାଇଁ ୯ବର୍ଷର ବାଳକକୁ କଲା ହତ୍ୟା

ସୈତାନର ନାରକୀୟ କାଣ୍ଡ; ଟଙ୍କା ପାଇଁ ୯ବର୍ଷର ବାଳକକୁ କଲା ହତ୍ୟା

ନୂଆଦିଲ୍ଲୀ: ୯ବର୍ଷର ବାଳକକୁ ଅପହରଣ । ପ୍ରାର୍ଥନା ପାଇଁ ମସଜିଦକୁ ଯିବା ବେଳେ ଅପହରଣ କରିନେଲା ସ୍ଥାନୀୟ ଟେଲର୍ । ସନ୍ଧ୍ୟା ପ୍ରାର୍ଥନା ଶେଷ ପରେ ବାହାରକୁ ଆସିବା ପରେ ଅପହରଣ କରି ନେଲା । ପରେ ମୁଣ୍ଡ ଜାମିନ ପାଇଁ ଦାବି କରିଥିବା ୨୩ ଲକ୍ଷ ଟଙ୍କା ନମିଳିବାକୁ କଲା ହତ୍ୟା । ଗତ ରବିବାର ଦିନ ଏପରି ଭୟଙ୍କର ଘଟଣା ଘଟିଯାଇଛି ।

ପୋଲିସ ସୂଚନା ଅନୁସାରେ, ସଲମାନ ମୌଲବୀକୁ ଘର ତିଆରି କରିବା ପାଇଁ ଟଙ୍କା ଦରକାର ଥିଲା । ଏଣୁ ନିକଟରେ ରହୁଥିବା ୯ ବର୍ଷର ବାଳକ ଇବାଦକୁ ଅପହରଣ କରିବା ପାଇଁ ଯୋଜନୀ ପ୍ରସ୍ତୁତ କଲା । ମୁଣ୍ଡ ଜାମିନ ବାବଦକୁ ସେ ୨୩ ଲକ୍ଷ ଟଙ୍କା ମାଗିଥିଲା । ଘର ତିଆରି ପାଇଁ ଅପହରଣ ସହ ଟଙ୍କା ମାଗିଥିଲା ବୋଲି ପୋଲିସ କହିଛି । ଇବାଦ୍ ସନ୍ଧ୍ୟା ପ୍ରାର୍ଥନା ପରେ ଘରକୁ ଫେରିବା ବେଳେ ହିଁ ଅପହରଣ କରିନେଇଥିଲା ସଲମାନ । ଅନ୍ୟପଟେ ଇବାଦ ଘରେ ନପହଞ୍ଚିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ । ପରେ ଏକ ଅଜଣା ନମ୍ବରରୁ ଇବାଦଙ୍କ ବାପାଙ୍କ ନିକଟକୁ ପୁଅର ମୁକ୍ତି ପାଇଁ କଲ୍ ଆସିଥିଲା ।

ଅଭିଯୁକ୍ତ ଜଣକ ୨୩ ଲକ୍ଷ ଟଙ୍କା ବଦଳରେ ପୁଅକୁ ଛାଡ଼ିବ ବୋଲି କହିଥିଲା । କିନ୍ତୁ କୌଣସି ସୂଚନା ବିନା କଲ୍ ଟି କଟିଯାଇଥିଲା । ପରେ ଏନେଇ ସ୍ଥାନୀୟ ଲୋକେ ଓ ପୋଲିସ ଜାଣିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଗତ ରବିବାର ଦିନ ଏହି ଘଟଣା ଘଟିଥିବା ବେଳେ ସୋମବାର ଅପରାହ୍ନରେ ପୋଲିସ ସଲମାନକୁ ଟାର୍ଗେଟ କରିଥିଲା । ସଲମାନର ବାସଭବନ ଉପରେ ମଧ୍ୟ ନଜର ରଖିଥିଲା ପୋଲିସ । ପରେ ସେମାନେ ଶିଶୁର ମୃତଦେହ ଏକ ଅଖା ଭିତରୁ ପାଇଥିଲେ । ଅପହରଣର କାରଣ ଜାଣିବା ପରେ ପୁଣି କାହିଁକି ହତ୍ୟା କରାଗଲା, ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସଲମାନ ସହ ତା ଭାଇ ସଫୁଆନ୍ ମୌଲବିକୁ ମଧ୍ୟ ଗିରଫ କରିନେଇଛି ପୋଲିସ । ଉଭୟଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଗିରଫ କରାଯାଇଛି । ଅନ୍ୟପଟେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking