32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସଞ୍ଜୟ ସିଂହଙ୍କ ଜେଲ୍ ମିଆଦ ଡିସେମ୍ବର ୪କୁ ବୃଦ୍ଧି

ସଞ୍ଜୟ ସିଂହଙ୍କ ଜେଲ୍ ମିଆଦ ଡିସେମ୍ବର ୪କୁ ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଜେଲ୍ ମିଆଦ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ରାଉଜ୍ ଏଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଜଷ୍ଟିସ୍ ଏମ୍‌କେ ନାଗପାଲ୍ ଏହି ଆଦେଶ ଦେଇଛନ୍ତି । ଅନ୍ୟପକ୍ଷରେ କୋର୍ଟରେ ସଞ୍ଜୟଙ୍କ ଜାମିନ ଆବେଦନ କରାଯାଇଛି, ଯାହା ଉପରେ ୨୫ ତାରିଖରେ ଶୁଣାଣି ହୋଇପାରେ ବୋଲି ତାଙ୍କ ଓକିଲ ମହମ୍ମଦ ଇର୍‌ଶାଦ୍ କହିଛନ୍ତି । ଏହା ପୂର୍ବରୁ ସଞ୍ଜୟ ସିଂହଙ୍କୁ ନଭେମ୍ବର ୧୦ ତାରିଖରେ ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍କ ହାଜତ ମିଆଦ ନଭେମ୍ବର ୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଆପ୍ ରାଜ୍ୟସଭା ସାଂସଦ ୫୨ ଦିନ ହାଜରେ ରହିସାରିଲେଣି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଅକ୍ଟୋବର ୪ ତାରିଖରେ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking