ନୂଆଦିଲ୍ଲୀ: ସାମସଙ୍ଗ ଗାଲାକ୍ସି ଏସ୨୧ ଏଫଇ ୫ଜି ସ୍ମାର୍ଟଫୋନ ଭାରତରେ ସୋମବାର ଲଂଚ ହୋଇଛି । ଏହି ନୂଆ ସାମସଙ୍ଗ ଫୋନ ଗାଲାକ୍ସି ଏସ୨୦ ଏଫଇ ୫ଜିର ସକ୍ସେସର, ଯାହାକୁ ଗତ ବର୍ଷ ଲଂଚ କରାଯାଇଥିଲା । ସେହିପରି ରେଗୁଲାର ଗାଲାକ୍ସ ଏସ୨୧ ଫୋନର ଏହା ପରିବର୍ତିତ ରୂପ । ଏହି ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ଏହାସହିତ ୧୨୦ ହର୍ଜ ରିଫ୍ରେଶ ରେଟ ଏମୋଲେଡ ଡିସପ୍ଲେ ରହିଛି । ସାମସଙ୍ଗ ଗାଲାକ୍ସି ଏସ୨୧ ଏଫଇ ୫ଜି ଫୋନର ଭାରତୀୟ ଭାରିଏଣ୍ଟ ଏକ୍ସିନଓ ୨୧୦୦ ପ୍ରୋସେସର ସହିତ ଆସେ ଏବଂ ଏଥିରେ ୪ କଲର ଅପ୍ସନ ବି ରହିଛି । ଗାଲାକ୍ସି ଏସ୨୧ ଏଫଇ ୫ଜି ଫୋନର ଟକ୍କର ଭାରତୀୟ ମାର୍କେଟରେ ୧ପ୍ଲସ୯ ଓ ଆସସ ଆରଓଜି ଫୋନ ୫ ସହ ହେବ ।
ଭାରତରେ ଏହି ଫୋନର ମୂଲ୍ୟ ୫୪୯୯୯ ଟଙ୍କା ରହିଛି । ଯେଉଁଥିରେ ୧୨୮ ଜିବି ଷ୍ଟୋରେଜ ଭାରିଏଣ୍ଟ ମିଳିଥାଏ । ସେହିଭଳି ଫୋନର ୨୫୬ ଜିବି ଷ୍ଟୋରେଜ ଭାରିଏଣ୍ଟର ମୂଲ୍ୟ ୫୮୯୯୯ ଟଙ୍କା ରହିଛି । ଏହି ଫୋନ ଗ୍ରାଫାଇଟ, ଲାଭେଣ୍ଡର, ଅଲିଭ ଓ ହ୍ୱାଇଟ କଲର ଅପ୍ସନରେ ଲଂଚ ହୋଇଛି ଓ ଏହାର ସେଲ ଆମାଜନ, ସାମସଙ୍ଗ.କମ ଓ ଲିଡିଂ ଅନଲାଇନ ପୋର୍ଟାଲରେ ୧୧ ଜାନୁୟାରୀରୁ ଆରମ୍ଭ ହୋଇଛି ।
ଲଂଚ ଅଫର କଥା ଯଦି କହିବା, ତେବେ ସାମସଙ୍ଗ ଗାଲାକ୍ସି ଏସ୨୧ ଏଫଇ ୫ଜି ଫୋନରେ ଏଚଡିଏଫସି ବ୍ୟାଙ୍କ କାର୍ଡ ଟ୍ରାନ୍ଜାକ୍ସନରେ ୫ ହଜାର ଟଙ୍କା କ୍ୟାସବ୍ୟାକ ମିଳୁଛି । ଯାହାପରେ ଫୋନ ମୂଲ୍ୟ ୪୯୯୯୯ ଟଙ୍କା ରହିବ । କମ୍ପାନୀ ନିଜ ବିବୃତ୍ତିରେ କହିଛି ଯେ, ଏହି କ୍ୟାସବ୍ୟାକ ଅଫର ୧୭ ଜାନୁୟାରୀ ଯାଏଁ ରହିବ । ଫୋନରେ ୧୨୮ ଜିବି ଓ ୨୫୬ ଜିବି ଷ୍ଟୋରେଜ ରହିଛି । କନେକ୍ଟିଭିଟିରେ ୫ଜି, ୪ଜି ଏଲଟିଇ, ୱାଇଫାଇ୬, ବ୍ଲୁଟୁଥ, ଜିପିଏସ/ଏ ଜିପିଏସ ଓ ୟୁଏସବି ଟାଇପ ସି ପୋର୍ଟ ବି ସାମିଲ ରହିଛି । ଫୋନକୁ ବଡ ସ୍କ୍ରିନରେ କନେକ୍ଟ କରିବା ପାଇଁ ଏଥିରେ ୱେୟାରଲେସ ଡେକ୍ସ ସପୋର୍ଟ ଦିଆଯାଇଛି । ଫୋନ ଆଇପି୬୮ ରେଟିଂ ସହ ଆସିଛି । ଏଥିରେ ୪୫୦୦ ଏମଏଏଚ ବ୍ୟାଟେରୀ ରହିଛି, ଯାହା ୨୫ ୱାଟ ଫାଷ୍ଟ ଚାର୍ଜିଂ କରିପାରେ ।