28.1 C
Bhubaneswar
Sunday, April 28, 2024
Homeଓଡିଶାପାଇପ୍ ଲାଇନ୍ ବିଛାକୁ ନେଇ ଅସନ୍ତୋଷ : ଆମ୍ବଝରି ଗ୍ରାମରେ ଉତ୍ତେଜନା, ୨ ପ୍ଲାଟୁନ୍ ଫୋର୍ସ...

ପାଇପ୍ ଲାଇନ୍ ବିଛାକୁ ନେଇ ଅସନ୍ତୋଷ : ଆମ୍ବଝରି ଗ୍ରାମରେ ଉତ୍ତେଜନା, ୨ ପ୍ଲାଟୁନ୍ ଫୋର୍ସ ମୁତୟନ

ସମ୍ବଲପୁର : ନାକଟିଦେଉଳ ବ୍ଲକ୍ ଜାମୁଯୋରୀ ପଞ୍ଚାୟତର ଆମ୍ବଝରି ଗ୍ରାମରେ ଚାଷ ଜମିରେ ଗେଲ୍ ଇଣ୍ଡିଆ ନାମକ ଏକ ଗ୍ୟାସ୍ କମ୍ପାନୀ ପାଇପ୍ ବିଛାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହି କାମକୁ ବିରୋଧ କରିଥିବା ଜଣାପଡିଛି ।
ପ୍ରକାଶ ଯେ, ଆମ୍ବଝରି ଗ୍ରାମରେ ପାଇପ୍ ବିଛାଇବା ପାଇଁ ଗତ ୪/୯/୨୦୧୮ ରେ ଏକ ସର୍ଭେକାମ କମ୍ପାନୀ କରିଥିଲା । ଗ୍ରାମବାସୀ ଏ ସମ୍ପର୍କରେ ଜାଣିପାରି ନ ଥିଲେ । ଚାଷ ଜମିରେ ପାଇପ୍ ବିଛା ହେବା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ଗତ ୨୨/୧୦/୨୦୧୮ ରେ କମ୍ପାନୀ ମୁଖ୍ୟ, ପ୍ରଧାନମନ୍ତ୍ରୀ, ସମ୍ବଲପୁର ଜିଲ୍ଲାପାଳ, ନାକଟିଦେଉଳ ତହସିଲ୍‌ଦାର, ବିଧାୟକ, ମାନବାଧିକାର କମିଶନ୍ ଆଦିକୁ ଲିଖିତ ଆକାରରେ ଜଣାଇଥିଲେ ।
ହେଲେ ଗେଲ୍ ଇଣ୍ଡିଆ କମ୍ପାନୀ ଚାଷୀମାନଙ୍କୁ କିଛି ବି ନୋଟିସ୍ ନ ଦେଇ ବିନା ଅନୁମତିରେ ପାଇପ୍ ଲାଇନ୍ ବିଛାଇବା ଜାଣିବା ଖବର ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ କମ୍ପାନୀ କାମକୁ ଘୋର ବିରୋଧ କରିଥିଲେ । ଶାନ୍ତିଶୃଙ୍ଖଳା ପାଇଁ ଆମ୍ବଝରି ଗ୍ରାମରେ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସକୁ ମୁତୟନ କରିଥିଲା ପ୍ରଶାସନ । ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ଉଗ୍ରେସନ୍ ପ୍ରଧାନ, ନାକଟିଦେଉଳ ତହସିଲ୍‌ଦାର ସୁକାନ୍ତ ନାଏକ , ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର, ଡିଏସ୍‌ପି ଜ୍ୟୋସ୍ନାମୟୀ ପ୍ରଧାନ, ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ , କିସିଣ୍ଡା ଥାନାଧିକାରୀ ପଦ୍ମାସନୀ ମେହେର ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ । ଅପରାହ୍ନ ପାଖାପାଖି ୧ଟା ରେ ଗ୍ରାମବାସୀ , ପ୍ରଶାସନୀକ ଅଧିକାରୀ , ପୋଲିସ୍ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ କରାଯାଇଥିଲା । ପାଖାପାଖି ୬ ଘଣ୍ଟାର ଆଲୋଚନା ପରେ ଚାଷୀମାନଙ୍କୁ ଗେଲ୍ ଇଣ୍ଡିଆ କମ୍ପାନୀ ଆବଶ୍ୟକ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking