27.1 C
Bhubaneswar
Friday, March 29, 2024
Homeକରୋନାକେନ୍ଦ୍ରର ଟିକାକରଣ ନୀତି ଉପରେ ସୁପ୍ରିମକୋର୍ଟ ଉଠାଇଲେ ପ୍ରଶ୍ନ

କେନ୍ଦ୍ରର ଟିକାକରଣ ନୀତି ଉପରେ ସୁପ୍ରିମକୋର୍ଟ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କେନ୍ଦ୍ରର ଭ୍ୟାକ୍ସିନେସନ ନୀତି ଉପରେ ଗୁରୁତର ପ୍ରଶ୍ନ କରିଛନ୍ତି । କୋର୍ଟ ୧୮-୪୪ ବର୍ଷ ବର୍ଗଙ୍କ ଟିକାକରଣ ନୀତି ନେଇ ସୁପ୍ରିମରକୋର୍ଟରେ କେନ୍ଦ୍ର ସରକାରଙ୍କ ଏହି ନୀତିକୁ ଚ୍ୟାଲେଂଜ ଦିଆଯାଇଛି । ଭ୍ୟାକ୍ସିନେସନକୁ ଜରୁରୀ ଦର୍ଶାଇ କୋର୍ଟ କହିଛନ୍ତି, ଏମିତି ଖବର ରହିଛି ଯେ, ୧୮-୪୪ ବର୍ଷର ବ୍ୟକ୍ତି ନା କେବଳ କୋଭିଡ ୧୯ରେ ସଂକ୍ରମିତ ହେଉଛନ୍ତି ବରଂ ଗୁରୁତର ଭାବରେ ରୋଗରେ ପଡୁଛନ୍ତି । ସେମାନଙ୍କୁ ଲମ୍ବା ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁଛି । ରୋଗୀଙ୍କର ମୃତ୍ୟୁ ବି ହେଇଯାଉଛି ।

ମହାମାରୀର ପରିବର୍ତ୍ତିତ ଧାରାକୁ ଦୃଷ୍ଟିରେ ରଖି ଏହା ଅନୁଭବ କରାଯାଉଛି ଯେ ୧୮-୪୪ ବର୍ଷ ବୟସର ଲୋକଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ୍ । ତଥାପି, ବୈଜ୍ଞାନିକ ଆଧାରରେ ବିଭିନ୍ନ ବୟସ ଶ୍ରେଣୀକୁ ଅଗ୍ରାଧିକାର ଦିଆଯାଇପାରେ । ଅନେକ ରାଜ୍ୟ ପୂର୍ବରୁ ଦାବି କରିସାରିଛନ୍ତି ଯେ କେନ୍ଦ୍ର ସରକାର 45 ବର୍ଷରୁ ଅଧିକ ବର୍ଗଙ୍କ ଭଳି ଯୁବକଙ୍କ ଟିକାକରଣ ଦାଇତ୍ୱ ବି ନିଜେ ନିଅନ୍ତୁ । ବର୍ତ୍ତମାନ କେନ୍ଦ୍ର ସରକାର ଏହି ଦାଇତ୍ୱ ରାଜ୍ୟଗୁଡିକ ଉପରେ ରଖିଛନ୍ତି । ରାଜ୍ୟମାନଙ୍କୁ କରୋନା ଟିକା କିଣିବା ପାଇଁ କମ୍ପାନୀ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking