28.1 C
Bhubaneswar
Wednesday, May 6, 2026
Homeଓଡିଶାଚୋରା ଦେଶୀ ମଦର ହବ୍ ପାଲଟିଛି ସାଲିଆ ସାହି

ଚୋରା ଦେଶୀ ମଦର ହବ୍ ପାଲଟିଛି ସାଲିଆ ସାହି

ଭୁବନେଶ୍ୱର : ଭୁବନେଶ୍ୱର ସାଲିଆସାହି ପାଲଟିଛି ଦେଶୀ ମଦର ହବ୍। ଯେତେ ଚଢ଼ାଉ ହେଉଛି ସେତିକି ମଦ ଭାଟି ଠାବ ହେଉଛି। ଆଜି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ସଲିଆସାହି ମୁଣ୍ଡା ସାହିରେ ରେଡ୍ ବେଳେ ଠାବ ହୋଇଛି ପୁଣି ଏକ ଚୋରା ଦେଶୀ ମଦ ଭାଟି। ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଛନ୍ତି ଅବକାରୀ କର୍ମଚାରୀ। ଏଥିସହ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ପିଡ଼ିଆକୁ ମଧ୍ୟ ନଷ୍ଟ କରିଛି ଅବକାରୀ ବିଭାଗ ସ୍କ୍ୱାଡ୍। ଦୁଇ ଦିନ ତଳେ ଆର୍ଥାତ ଶନିବାର ସାଲିଆସାହିର ନୟାଗଡ଼ ସାହି, ମୁଣ୍ଡା ସାହିରେ ଚଢାଉ କରି ୩ଟି ବେଆଇନ ମଦ ଭାଟିକୁ ନଷ୍ଟ କରିଥିଲା କମିଶନରେଟ ପୁଲିସ। ପାଖାପାଖି ସାଢ଼େ ୫ହଜାର ଲିଟର ମଦ ଜବତ କରିବା ସହ ୧୫ ହଜାର ଲିଟର ପୋଚକୁ ନଷ୍ଟ କରାଯାଇଥିଲା। ଘର ଭିତରେ ସିକ୍ରେଟ ଚାମ୍ବରରେ ମଦ କାରବାର ଚାଲିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking