26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶସୈଫ୍ ଆଦେଲ ଅଲ୍‌କାଏଦାର ନୂତନ ମୁଖ୍ୟ

ସୈଫ୍ ଆଦେଲ ଅଲ୍‌କାଏଦାର ନୂତନ ମୁଖ୍ୟ

ଦୁବାଇ: ସୈଫ୍ ଅଲ୍‌-ଆଦେଲକୁ ଅଲକାଏଦା ଆତଙ୍କବାଦୀ ସଂଗଠନର ନୂତନ ମୁଖ୍ୟଭାବେ ନିଯୁକ୍ତ କରାଯାଇଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି । ୨୦୨୨ରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ଆଫଗାନିସ୍ତାନର କାବୁଲରେ ବାସ କରୁଥିବା ଅଲକାଏଦା ମୁଖ୍ୟ ଆୟମନ୍ ଅଲ-ଜୱାହିରି ପ୍ରାଣ ହରାଇଥିଲା । ସେହିଦିନଠାରୁ ସଂଗଠନ ପକ୍ଷରୁ କାହାକୁ ନେତା ମନୋନୟନ କରାଯିବ, ସେଥିନେଇ ବିଚାର ବିମର୍ଷ ଚାଲିଥିଲା । ୧୯୯୮ରେ ଅଲକାଏଦା ପକ୍ଷରୁ ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆ ଓ କେନିଆସ୍ଥିତ ଆମେରିକୀୟ ଦୂତାବାସରେ ଘଟିଥିବା ବିସ୍ଫୋରଣରେ ୨୨୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲାଏବଂ ୫ ହାରରୁ ଅଧିକ ଆହତ ହୋଇଥିଲେ ।

ଆଦେଲ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ବୋଲି ଆମେରିକା ପକ୍ଷରୁ ସେତେବେଳେ କୁହାଯାଇଥିଲା । ଆମେରିକା ପକ୍ଷରୁ ଆଦେଲ ବିରୋଧରେ ମାମଲା ରୁଜୁ କରାଯାଇଥିବାବେଳେ ତାକୁ ଧରାଇଦେଲେ ୧୦ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ୨୦୦୩ରେ ଇରାନ ସରକାର ଆଦେଲ ସମେତ ଏକାଧିକ ଅଲକାଏଦା ନେତାଙ୍କୁ ଗୃହବନ୍ଦୀ କରିଥିଲା । ତେବେ ୟେମେନ୍‌ରେ ଅଲକାଏଦା ଦ୍ୱାରା ମୁଣ୍ଡଜାମିନ ରହିଥିବା ଜଣେ ଇରାନୀୟ କୂଟନୀତିଜ୍ଞଙ୍କୁ ମୁକୁଳାଇବାକୁ ଏମାନଙ୍କୁ ଖଲାସ କରିବାକୁ ଇରାନ ସରକାର ବାଧ୍ୟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking