37.1 C
Bhubaneswar
Sunday, May 5, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଖେରସନରେ ଋଷ ସେନାର ଆକ୍ରମଣ, ୨୧ ମୃତ

ଖେରସନରେ ଋଷ ସେନାର ଆକ୍ରମଣ, ୨୧ ମୃତ

କିଭ୍‌: ବର୍ଷେ ବିତିଲାଣି, ମାତ୍ର ୟୁକ୍ରେନ-ଋଷିଆ ଯୁଦ୍ଧରେ ବିରାମ ଲାଗୁନି । ଓଲଟା ଦୁଇ ଦେଶ ମଧ୍ୟରେ ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ୟୁକ୍ରେନ ଉପରେ ଗୁଳିଗୋଳ ବର୍ଷଣ ଓ ମିସାଇଲ ଆକ୍ରମଣ ଜାରି ରଖିଛି ଋଷିଆ । ଗତକାଲି ପୁଣିଥରେ ଋଷିଆ ସେନା ଖେରସନର ଗୋଟିଏ ସୁପରମାର୍କେଟ ଓ ରେଳ ଷ୍ଟେସନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି । ଏଥିରେ ୨୧ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି, ରେଳ ଷ୍ଟେସନ, ଗୋଟିଏ ହାଡୱେୟାର ଷ୍ଟୋର, ଗ୍ରୋସେରୀ ସୁପରମାର୍କେଟ ଏବଂ ଏକ ଗ୍ୟାସ ଷ୍ଟେସନ ଉପରେ ଆକ୍ରମଣ ହୋଇଛି । ଯେଉଁଥିରେ ୨୧ ଜଣଙ୍କର ଜୀବନ ଯାଇଛି । ରାଜଧାନୀ କିଭ୍ରେ ମଧ୍ୟ ଦୁଇଟି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି । ଏହି ଘଟଣା ପରେ କିଭ୍ ଓବଲାଷ୍ଟ ସାମରିକ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ଡ୍ରୋନ ଆକ୍ରମଣ ଆଶଙ୍କା କରାଯାଇଛି । ତେଣୁ ଲୋକମାନଙ୍କୁ ବାହାରକୁ ନଯାଇ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହାସହିତ କିଭ୍‌, ଚେରନିଭ, ସୁମି, ପୋଲତାଭା, କିରୋଭୋରଦ, ଖାରକିଭ, ମାଇକୋଲିଭ, ଓଡେଶା, ଜାପୋରିଝରିଆ ଅଞ୍ଚଳରେ ଏୟାର ଷ୍ଟ୍ରାଇକ ଆଶଙ୍କା ଥିବାରୁ ହାଇଆଲର୍ଟ ଜାରି କରାଯାଇଛି । ଏହାରି ଭିତରେ ବୁଧବାର ବିଳମ୍ବିତ ରାତିରେ ଋଷ ରାଷ୍ଟ୍ରପତି ଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ହୋଇଛି । ଡ୍ରୋନ ସାହାଯ୍ୟରେ ରାଷ୍ଟ୍ରପତି ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିବା ଋଷିଆ ଅଭିଯୋଗ କରିଛି । ପୁଟିନଙ୍କ ବାସଭବନ ଉପରେ ଖୁବ୍ ନିକଟରେ ଦୁଇଟି ଡ୍ରୋନ ଗୁଳିକରି ଉଡାଇ ଦିଆଯାଇଛି । ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତକା ଆହୁରି ଘନେଇବାରେ ଲାଗିଛି । ସେପଟେ ପୁଟିନଙ୍କୁ ହତ୍ୟା ଷଡଯନ୍ତ୍ର ସମ୍ପର୍କିତ ଅଭିଯୋଗକୁ ଖଣ୍ଡନ କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଆମେ ପୁଟିନଙ୍କ ଉପରକୁ ଆକ୍ରମଣ କରିନାହୁଁ । ଆମେ ନିଜ ମାଟି ପାଇଁ ଲଢେଇ କରୁଛୁ । ଏସବୁ ମଧ୍ୟରେ ଆମେରିକା ପୁଣିଥରେ ୟୁକ୍ରେନକୁ ସହାୟତା କରିଛି । ଋଷ ସେନାର କଡା ଜବାବ ଦେବାକୁ ଆମେରିକା ଯୁକ୍ରେନ ପାଇଁ ୩୦୦ ମିଲିୟନର ସୁରକ୍ଷା ସହାୟତା ଘୋଷଣା କରିଛି । ପାଶ୍ଟାତ୍ୟ ଦେଶ ଗୁଡିକର ସହାୟତା ୟୁକ୍ରେନକୁ ବଳ ଦେଉଥିବା ବେଳେ ଯୁଦ୍ଧ ଥମିବାର ନାଁ ନେଉନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking