29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ, ଚାଲିଗଲା ୭ ଶିକ୍ଷକଙ୍କ ଜୀବନ

ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ, ଚାଲିଗଲା ୭ ଶିକ୍ଷକଙ୍କ ଜୀବନ

ଇସଲାମାବାଦ: ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ । ଚାଲିଗଲା ୭ଜଣ ଶିକ୍ଷକଙ୍କ ଜୀବନ । ଗୁରୁବାର ପାକିସ୍ତାନର ଖୈବୁର ପଖତୁନଖ୍ୱା ସ୍ଥିତ ଏକ ବିଦ୍ୟାଳୟକୁ ହଠାତ୍ କିଛି ଆକ୍ରମଣକାରୀ ପଶି ଆସିବା ସହ ଗୁଳିବର୍ଷା କରିବା ଆରମ୍ଭ କରିଦେଇଥିଲେ । ଏହି ଆକ୍ରମଣରେ ବିଦ୍ୟାଳୟର ୭ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ୱ ଗ୍ରହଣ କରିନାହାନ୍ତି । ଏହି ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ କୌଣସି ଛାତ୍ରଛାତ୍ରୀ ମୃତାହତ ହୋଇଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ । ଗତ କିଛି ମାସ ମଧ୍ୟରେ ପାକିସ୍ତାନରେ ବିଶେଷ କରି ଖୈବୁର ପଖତୁନଖ୍ୱା ଏବଂ ବାଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇଛି । ଗତ ବର୍ଷ ନଭେମ୍ବରରେ ତହରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ସହିତ ସରକାରଙ୍କ ଅସ୍ତ୍ରବିରତି ଉଲଂଘନ ପରେ ଏଭଳି ଘଟଣା ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ୨୦୧୮ପରେ ଆକ୍ରମଣ ଟିକିଏ କମ ଥିବା ବେଳେ ଜାନୁଆରି ୨୦୨୩ରେ ସର୍ବାଧିକ ସଂଖ୍ୟକ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୧୩୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୪ଜଣ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking