28.1 C
Bhubaneswar
Saturday, May 24, 2025
Homeଦେଶ ବିଦେଶଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତୀୟ ମୁଦ୍ରା ଟଙ୍କା ଅଧିକରୁ ଅଧିକ ଦୁର୍ବଳ ହେବାରେ ଲାଗିଛି। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବିଶ୍ବ ଇକ୍ବିଟି ବଜାରରେ ହ୍ରାସ ଯୋଗୁ ବିଶ୍ବର ବହୁ ପ୍ରମୁଖ ମୁଦ୍ରା ସହ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ଘଟିବାରେ ଲାଗିଛି। ଫଳସ୍ବରୂପ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଏବେ ଏହାର ସର୍ବକାଳୀନ ରେକର୍ଡ ସ୍ତରକୁ ଖସିଆସିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧୯ ପଇସା ହ୍ରାସ ଘଟି ୭୮ ଟଙ୍କା ୩୨ ପଇସା ସ୍ତରରେ ରହିଛି। ଚଳିତବର୍ଷ ଟଙ୍କା ମୂଲ୍ୟରେ ୪ ପ୍ରତିଶତରୁ ଅଧିକ ହ୍ରାସ ଘଟିଥୁବାବେଳେ କେବଳ ଚଳିତ ସପ୍ତାହରେ ଏହା ୧ ପ୍ରତିଶତରୁ ଅଧୁକ ଖସିଛି। ଘରୋଇ ମୁଦ୍ରା ମୂଲ୍ୟରେ ହ୍ରାସର ବଡ଼ ପ୍ରଭାବ ଦେଶର ତୈଳ ଆମଦାନୀ ବିଲ୍ ଉପରେ ପଡିବ। ଏଥିଯୋଗୁ ଦେଶର ଆମଦାନୀ ବିଲ୍ ବଢ଼ିବ। ଫଳସ୍ବରୂପ ଖାଉଟି ସାମଗ୍ରୀ ଉପରେ ମହଙ୍ଗା ମାଡ଼ ଆହୁରି ଜୋରଦାର ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking