ଅମୃତସର: ସୋସିଆଲ ମିଡିଆରେ ବନ୍ଧୁତ୍ୱ ଗଢ଼ି ଉଠିଥିବା ଯୁବକ ବନ୍ଧୁଙ୍କ ସାକ୍ଷାତ ପାଇଁ ପାକିସ୍ତାନ ଯାଉଥିଲେ ମଧ୍ୟପ୍ରଦେଶ ଯୁବତୀ । କିନ୍ତୁ ଯୁବତୀଙ୍କ ନାଁରେ ଜାରି ହୋଇଥିଲା ର୍ସକୁଲାର । ଅଟାରୀ ସୀମାନ୍ତରେ ଗିରଫ ପଞ୍ଜାବ ପୋଲିସ । ୨୪ ବର୍ଷୀୟ ଏହି ଯୁବତୀଙ୍କ ନାମ ଫିଜା ଖାନ ଏବଂ ଯୁବତୀ ମଧ୍ୟପ୍ରଦେଶ ରିୱା ଜିଲ୍ଲାରେ ବାସକରନ୍ତି । ଯୁବତୀଙ୍କ ପାଖରୁ ପାକିସ୍ତାନ ଯିବାପାଇଁ ଭିସା ମଧ୍ୟ ଥିଲା ।
କିନ୍ତୁ ପାକିସ୍ତାନ ଯିବା ପୂର୍ବରୁ ଯୁବତୀଙ୍କ ନାମ ଯାଞ୍ଚ ପାଇଁ ଆଦେଶ ଦିଆଯାଇଥିଲା । କଷ୍ଟମ ବିଭାଗ ଏବଂ ବିଏସଏଫ ଅଧିକାରୀମାନେ ସୀମାନ୍ତରେ ଯୁବତୀକୁ ଧରି ପୋଲିସ ଜିମା ଦେଇଥିଲେ । ରିୱା ପୋଲିସ ଯୁବତୀକୁ ଫେରାଇ ଆଣିବା ପାଇଁ ଅମୃତସର ପହଞ୍ଚିଛନ୍ତି । ଯୁବତୀ ୧୪ ଜୁନରେ ଘରୁ ଗଲାବେଳେ ନିଜର ଡକ୍ୟୁମେଣ୍ଟ ଏବଂ ପାସପୋର୍ଟ ନେଇ ପଳାଇଥିଲେ ।