26.1 C
Bhubaneswar
Wednesday, March 19, 2025
Homeଓଡିଶାପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ: ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବି

ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ: ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର :  ବିଧାନସଭା ବଜେଟର ଆଜି ଦ୍ୱିତୀୟ ଅଧିବେଶନ ।  ପ୍ରଶ୍ନକାଳର ଆରମ୍ଭରୁ ହିଁ  ବିଜୁଜନତା ଦଳ ଏବଂ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ବିଜେଡି , କଂଗ୍ରସର ପୋଡିୟମ ତଳେ ନାରାବାଜି ଓ ପ୍ରତିବାଦ କରିଥିଲେ ।   ା ଯାହାଫଳରେ ଗୃହ କାଯ୍ୟ ସୁରୁଖୁରୁରେ ଚାଲିନଥିଲା । ଏନେଇ ମଧ୍ୟାହ୍ନ ୧୨ଟା ପଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି  ବାଚସ୍ପତି ସୁରମା ପାଢୀ ।   ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସର ପ୍ରସଙ୍ଗ ଥିଲା ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁଣ୍ଣ ଭାବରେ ଭୁଷୁଡି ଯାଇଛି । ସେ ସଂକ୍ରାନ୍ତକୁ ନେଇ ହୋହଲ୍ଲା ରଖୁଥିଲେ । ମଣ୍ଡି ସମସ୍ୟା , ଧାନ କିଣାରେ କଟନୀ ଛଟନୀକୁ ନେଇ  ପ୍ରସ୍ତାବ ଆଣିଥିଲା କଂଗ୍ରେସ । ସେହିପରି ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା, ଏସସି-ଏସଟି ଏବଂ କ୍ରୀଡ଼ା ସମ୍ପର୍କରେ ଆଲୋଚନା  ହୋଇଥାନ୍ତା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking