ନୂଆଦିଲ୍ଲୀ : ଭାରତ – ଆମେରିକା ସମ୍ପର୍କ ଆହୁରି ଦୃଢ ପାଇଁ ଆହ୍ୱାନ ଦେଇଛନ୍ତି । ଭାରତ – ଆମେରିକା ସମ୍ପର୍କ ଅତୁଟ ଅଟେ । ଭାରତର ସ୍ୱାର୍ଥ ପ୍ରଥମେ , ତାପରେ ଯାହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କୁ ଗ୍ରେଟ ଲିଡର କହିଲେ ଟ୍ରମ୍ପ । ଏହି ଆଲୋଚନାରେ ସ୍ଥାନ ପାଇଛି ଋଷ – ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ । ବର୍ତ୍ତମାନ ଯୁଗ ଯୁଦ୍ଧର ସମୟ ନୁହଁ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ କହିଛନ୍ତି ମୋଦୀ । ଭାରତ ସାରା ବିଶ୍ୱରେ ଶାନ୍ତି କାମନା କରେ । ଏହାରି ମଧ୍ୟରେ ଟ୍ରମ୍ପ କହିଛନ୍ତି ଯୁଦ୍ଧ ସମାପ୍ତ କରିବା ଲାଗି ଆଗକୁ ବଢିଛୁ । ବାଣିଜ୍ୟ ଶୁଳ୍କ ପ୍ରସଙ୍ଗରେ ବି ଟ୍ରମ୍ପ – ମୋଦିଙ୍କ ମଧ୍ୟରେ ଆଲୋଚନା କରିଛନ୍ତି । ୨୦୩୦ ସୁଦ୍ଧା ଆମେରିକା – ଭାରତ ବାଣିଜ୍ୟ କାରବାର ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖିଛନ୍ତି ।