38.8 C
Bhubaneswar
Friday, April 19, 2024
Homeଅପରାଧଆରଟିଓ ଅଫିସ୍‌ରୁ ଧରା ପଡିଲେ ୪ଦଲାଲ

ଆରଟିଓ ଅଫିସ୍‌ରୁ ଧରା ପଡିଲେ ୪ଦଲାଲ

ବଲାଙ୍ଗୀର: ଓଡିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟମାନଙ୍କରେ ଦଲାଲ ମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବିଶେଷ କରି ଆରଟିଓ କାର୍ଯ୍ୟାଳୟ ଓ ଡାକ୍ତରଖାନାମାନଙ୍କରେ ଦଲାଲମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଥିଲା । ତେଣୁ ସେହି ସ୍ଥାନମାନଙ୍କରୁ ଦଲାଲ ମୁକ୍ତ କରିବା ପାଇଁ ପୁଲିସ କଡା ନଜର ରଖିଛି । ନିକଟ ଅତୀତରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଓ ଆରଟିଓ କାର୍ଯ୍ୟାଳୟ ପରିସରରୁ କେତେଜଣ ଦଲାଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ପରେ ଏହି ଉଭୟ ସ୍ଥାନରେ ଦଲାଲି ବନ୍ଦ ରହିଥିଲା । କିନ୍ତୁ ଇତି ମଧ୍ୟରେ ଏହି ସ୍ଥାନମାନଙ୍କରେ ଦଲାଲୀ ଆରମ୍ଭ ହୋଇଯାଇଥିବା ପୁଲିସ ନିକଟରେ ଖବର ପହଂଚିଥିଲା ।
ତେଣୁ ଆଜି ବଲାଙ୍ଗୀର ଏସପିଙ୍କ ନିର୍ଦ୍ଧେଶ କ୍ରମେ ଆଦର୍ଶ ଥାନାର ଏକ ପୁଲିସ ଟିମ ସ୍ଥାନୀୟ ଆରଟିଓ କାର୍ଯ୍ୟାଳୟରେ ଚଢାଉ କରି ୩ ଜଣ ଦଲାଲଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦଲାଲମାନେ ହେଲେ ସହରର କନ୍ଧପାଲି ପଡାର ମଶି ମଶୀ ଚରଣ ବାରିକ (୪୯) , ଆରଟିଓ ଛକର ରୁଦ୍ର ପ୍ରସାଦ ଶତପଥି(୫୩) , ପାଟଣାଗଡର ବଜରଙ୍ଗ ଭୋଇ(୨୬) ଓ ପାଟଣାଗଡ ବ୍ରହ୍ମପୁରାର ଅପୂର୍ବ ପରିଡା (୨୨) । ପୁଲିସ ସେମାନଙ୍କ ନିକଟରୁ ନଗଦ ୩୩୦୦ ଟଙ୍କା , ୩ ଟି ମୋବାଇଲ ଓ ଦୁଇଟି ମୋଟର ସାଇକଲ ଜବତ କରିଛି ବୋଲି ଆଦର୍ଶଥାନାରେ ଆୟୋଜିତ ହୋଇଥିବା ଏକ ସାଂବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି । ଆରଟିଓ କାର୍ଯ୍ୟାଳୟରେ ନିଜକୁ କର୍ମଚାରୀ ର ପରିଚୟ ଦେଇ କେତେଜଣ ଦଲାଲ ନିରିହ ଲୋକଙ୍କୁ ଠକୁଥିବା ନେଇ ପୁଲସି ନିକଟରେ ଖବର ପହଂଚିଥିଲା । ଏହି ଖବର ଆଧାରରେ ଏଏସଆଇ ଦୟାନନ୍ଦ ଷଡଙ୍ଗୀ ଓ କିଛି ପୁଲିସ କର୍ମଚାରୀ ସାଦା ପୋଷାକରେ ଆରଟିଓ କାର୍ଯ୍ୟାଳୟକୁ ଯାଇଥିଲେ ଓ ତାଙ୍କର କିଛି କାମ ଥିବା ଦଲାଲଙ୍କୁ କହିଥିଲେ । କାମ ପାଇଁ ଦଲାଲ ଏକ ହଜାର ଟଙ୍କା ଦାବି କରିଥିଲେ । ଟଙ୍କା ଦାବି କରିବା ମାତ୍ରେ ହିଁ ସାଦା ପୋଷାକରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ୪ ଜଣ ଦଲାଲଙ୍କୁ କାବୁ କରି ନେଇଥିଲେ । ଏମାନଙ୍କ ବିରୁଦ୍ଧରେ ଦଫା ୪୧୭ ,୪୧.୪୧୯,୧୨୦(ବି),୩୮୬ ଓ ଆଇପିସର ଧାରା ୩୪ ଲଗାଇଯାଇଛି । ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ କହିଛନ୍ତି । ସାଂବାଦିକ ସମ୍ମିଳନୀରେ ଆଦର୍ଶ ଥାନାଧିକାରୀ ସଂଗ୍ରାମ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking