34.1 C
Bhubaneswar
Thursday, April 25, 2024
Homeଓଡିଶାବିଏଡ୍ ଓ ବ୍ଲକ ଗ୍ରାଣ୍ଟ ସ୍କୁଲ ମିଶ୍ରଣକୁ ଏଆଇଡିଏସ୍‌ଓ ର ତିବ୍ର ବିରୋଧ

ବିଏଡ୍ ଓ ବ୍ଲକ ଗ୍ରାଣ୍ଟ ସ୍କୁଲ ମିଶ୍ରଣକୁ ଏଆଇଡିଏସ୍‌ଓ ର ତିବ୍ର ବିରୋଧ

ବଲାଙ୍ଗିର : ରାଜ୍ୟର ୧୦ଟି ସରକାରୀ ବି.ଏଡ୍ କଲେଜ ,୪ଟି ଏମ୍‌.ଇଡି କୋର୍ସ ବନ୍ଦ ଓ ବ୍ଲକ ଗ୍ରାଣ୍ଟ ସ୍କୁଲ ମିଶ୍ରଣକୁ ବିରୋଧ କରି ଆଜି ଏଆଇଡିଏସ୍‌ଓ ତରଫରୁ ସାରା ଓଡିଶାରେ ପ୍ରତିବାଦ ଦିବସ ପାଳନ କରାଯାଇଛି । ସେହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏଆଇଡିଏସ୍‌ଓ ବଲାଙ୍ଗିର ତରଫରୁ ବି.ଏଡ୍‌, ଏମ୍‌.ଏଡ୍ ଓ ସ୍କୁଲ ମିଶ୍ରଣକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ବି.ଇଡି, ଏମ୍‌ଇଡି ବନ୍ଦ ହେଲେ ହଜାର ହଜାର ଆଶାୟୀ ଛାତ୍ର ଛାତ୍ରୀଙ୍କ ପାଠପଢା ଅନିଶ୍ଚିତତା ମଧ୍ୟକୁ ଖେଳି ହୋଇଯିବ । ତେଣୁ ସବୁ ବି.ଏଡ୍ କଲେଜରେ ଜରୁରୀ ଭିତ୍ତିରେ ଖାଲି ପଡିଥିବା ଶିକ୍ଷକ ଓ କର୍ମଚାରୀ ପଦବୀ ନିଯୁକ୍ତି କରିବା ଏବଂ ବ୍ଲକ ଗ୍ରାଣ୍ଟ ସ୍କୁଲକୁ ସରକାରୀ ସ୍କୁଲରେ ନ ମିଶାଇବା ପାଇଁ ଭିକ୍ଷୋଭକାରୀମାନେ ଦୃଢ ଦାବୀ କରିଛନ୍ତି । ବିକ୍ଷୋଭ ଶେଷରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଶଙ୍କର୍ଷଣ ପ୍ରଧାନଙ୍କ ଜରିଆରେ ଏକ ସ୍ମାରକ ପତ୍ର ଦିଆଯାଇଛି । ଆଜିର ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ଉପ-ସଭାପତି ଲକ୍ଷ୍ମୀଧର ସାମଲ, କୁଶପୃଷ୍ଟି ବାଗ, ପୂର୍ବତନ ସଭାପତି ସୁନିଲ ଭୋଇ, ବିକାଶ ଜେନା, ଅନନ୍ୟା, ମମତା, ଦେବାଶିଷ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking